ସ୍ଥିରତା ପ୍ରତି ବେଦାନ୍ତର ପ୍ରତିବଦ୍ଧତା

ଭୁବନେଶ୍ୱର, ୩୦।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ ସଂସ୍ଥା ବେଦାନ୍ତ ଆଲୁମିନିୟମକୁ ନିକଟରେ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ଉଲ୍ଲେଖଯୋଗ୍ୟ, ଏସ୍‌ ଆଣ୍ଡ ପି କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ବା ସିଏସଏ-୨୦୨୩ରେ ବେଦାନ୍ତ ଆଲୁମିନିୟମ ୧ନଂ ର଼୍ୟାଙ୍କ ହାସଲ କରିଛି। ଏପରିକି କମ୍ପାନୀ ଏକ ସ୍ଥାୟୀ ଆଲୁମିନିୟମ ଉପତ୍ାଦକ, ସାମାଜିକ ଓ ଶାସନ ଅଭ୍ୟାସ ଉପରେ ବିଶ୍ୱସ୍ତରୀୟ ମାନ୍ୟତା ଲାଭ କରିଛି। ଅପରପକ୍ଷରେ ଏସ ଆଣ୍ଡ ପି ଗ୍ଲୋବାଲ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ ହେଉଛି, ସ୍ଥିରତା ଅଭ୍ୟାସଗୁଡ଼ିକର ଏକ ବାର୍ଷିକ ମୂଲ୍ୟାୟନ। ବିଶ୍ୱର ୧୦,୦୦୦ରୁ ଅଧିକ କମ୍ପାନୀ ଏଥିରେ ସାମିଲ ଅଛନ୍ତି। ଏହା ପୂର୍ବରୁ ବେଦାନ୍ତ ଆଲୁମିନିୟମ ୨୦୨୨- ମୂଲ୍ୟାଙ୍କନ ଅନୁଯାୟୀ ସର୍ବଭାରତୀୟସ୍ତରରେ ୨ୟ ସ୍ଥାନ ଆଲୁମିନିୟମ ଶିଳ୍ପ ମଧ୍ୟରେ ଅଧିକାର କରିଥିଲା। ବର୍ତ୍ତମାନ କମ୍ପାନୀ ୨୦୨୩ରେ ଶୀର୍ଷ ମାନ୍ୟତା ପାଇବାକୁ ସକ୍ଷମ ହୋଇଛି। ସେହିଭଳି ବିଭିନ୍ନ ଶିଳ୍ପର ଅଗ୍ରଣୀ କମ୍ପାନୀଗୁଡ଼ିକ ସେମାନଙ୍କ ଅଭ୍ୟାସ ଉପରେ ବାର୍ଷିକ ମୂଲ୍ୟାଙ୍କନ କରିଥାନ୍ତି। ଏପରିକି ବେଦାନ୍ତ ଆଲୁମିନିୟମ ତା’ର ଜୈବବିବିଧତା, ବୃତ୍ତିଗତ ସ୍ବାସ୍ଥ୍ୟ ଓ ନିରାପତ୍ତା, ସାମାଜିକ ପ୍ରଭାବ, ମାନବ ଅଧିକାର, ପ୍ରତିଭା ଯୋଜନା ଓ ଜଳ ପରିଚାଳନା ଅଭ୍ୟାସ ଆଦି ଉପରେ ଶୀର୍ଷ ସ୍ଥାନରେ ରହିଥିଲା। ସେହିପରି ସ୍ଥାୟୀ ପ୍ରୟୋଗକୁ ସକ୍ଷମ କରିବାରେ ଓ ସମଗ୍ର ଅର୍ଥନୀତିକୁ ସେମାନଙ୍କ ମୂଲ୍ୟ ଶୃଙ୍ଖଳର ଡିକାର୍ବୋନାଇଜ କରିବାରେ ଆଲୁମିନିୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। କମ୍ପାନୀ ୨୦୫୦ସୁଦ୍ଧା ନେଟ ଜିରୋ ହାସଲ କରିବା ପ୍ରତିଶ୍ରୁତି ଦେଇଛି,ଯେଉଁଥିରେ କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଉପରେ ଧ୍ୟାନ ଦେଉଛି, ଅଙ୍ଗାରକାମ୍ଳ କମ କରିବା ଲାଗି କମ୍ପାନୀ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି,ଏଥିପାଇଁ ବୃକ୍ଷରୋପଣ ମାଧ୍ୟମରେ ବ୍ୟାପକ ସିଙ୍କ ସୃଷ୍ଟି କରିଛି, ଉଚ୍ଚ ଗୁଣାତ୍ମକ ଆଲୁମିନିୟମକୁ ବିଶ୍ୱରେ ବ୍ୟାପକ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ ଲିମିଟେଡର ସିଇଓ ଜନ ସ୍ଲଭେନ କହିଛନ୍ତି, କମ୍ପାନୀ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଯେଉଁଠାରେ ସ୍ଥିରତା ପ୍ରତି କମ୍ପାନୀର ପ୍ରତିବଦ୍ଧତା ରହିଛି। ଏପରିକି ଆମେ କିପରି ପରିବେଶ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇପାରିବୁ, ତାହା ଉପରେ ବିଶେଷ ଗୁରୁତ୍ୱ ଦେଉଛୁ। ବିଶେଷ କରି ଏସ୍‌ ଆଣ୍ଡ ପି ଗ୍ଲୋବାଲ ସିଏସଏ ଆମର ମୂଲ୍ୟ ଶୃଙ୍ଖଳାର ପ୍ରତ୍ୟେକ ଦିଗ ଉପରେ ବିଚାର କରିବା ସହିତ ଆମର ପ୍ରତିବଦ୍ଧତାକୁ ସ୍ବୀକୃତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri