Categories: ବାଣିଜ୍ୟ

ବେଦାନ୍ତର ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’

ଭୁବନେଶ୍ୱର,୧୫ା୮(ଅଭୟ ଦାଶ): ଭାରତର ସର୍ବବୃହତ ଆଲୁମିନିୟମ ଉପତ୍ାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ଆଜାଦୀ କା ଅସଲି ମତଲବ’ର ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ୭୭ତମ ସ୍ବାଧୀନତା ଦିବସ ଅବସରରେ ‘ଆଜାଦୀ କା ଅସଲି ମତଲବ’ ଅଭିଯାନ (ସ୍ବାଧୀନତାର ପ୍ରକୃତ ଅର୍ଥ) ଶୀର୍ଷକ ଏକ ମଲ୍ଟି-ଚ୍ୟାନେଲ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦେଶର ବିଭିନ୍ନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ସଚେତନତା ସୃଷ୍ଟି କରିବ। ଏହି ଅଭିଯାନକୁ ସୋମବାର ୟୁଟ୍ୟୁବ ପ୍ଲାଟଫର୍ମ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିବବେଳେ ୨୦୨୩ ଅଗଷ୍ଟ୧୫ରେ ଦେଶର ସମସ୍ତ ଅଗ୍ରଣୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଆଦିରେ ଶେୟାର କରାଯିବ। ବିଶେଷ କରି ଏହି ଅଭିଯାନ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ଆଲୁମିନିୟମ କିପରି ମେରୁଦଣ୍ଡର ଭୂମିକା ଭାବେ କାର୍ଯ୍ୟ ସମ୍ପାଦନ କରି ଭାରତକୁ ଏକ ବିଶ୍ୱସ୍ତରୀୟ ନିର୍ମାଣ ହବ୍‌ରେ ପରିଣତ କରାଇଛି ସେ ସମ୍ପର୍କରେ ବିସ୍ତୃତ ଅବଗତ କରାଇବ। ଆଲୁମିନିୟମ ଫ୍ରମ ଦ ଆର୍ଥ ଟେକ୍‌ସ ଇଣ୍ଡିଆ ଟୁ ଦ ସ୍କାଏ ବିଷୟବସ୍ତୁ ଉପରେ ଆଧାର କରି ଅଗଷ୍ଟ୧୫ରେ ଏହି ଅଭିଯାନ ଆରମ୍ଭ କରାଯିବ। ଉକ୍ତ ଅଭିଯାନ ସ୍ବାଧୀନତାକୁ ଏକ ବିସ୍ତାରିତ ଧାରଣା ଭାବେ ଗ୍ରହଣ କରିଥାଏ, ଯାହା ଶବ୍ଦ ମଧ୍ୟରେ ବିଦ୍ୟମାନ ପ୍ରଭାବକୁ ବିକଶିତ କରି ଏକ ସ୍ବତନ୍ତ୍ର ଅଭିଜ୍ଞତା ସୃଷ୍ଟି କରିଥାଏ। ସ୍ବାଧୀନତା ଆଜି ବିଭିନ୍ନ ରୂପରେ ନିଜକୁ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ରୂପାୟନ କରିଥିବାର ଉପଲବ୍ଧି ପ୍ରଦାନ କରିଥାଏ।

Share