Categories: ବାଣିଜ୍ୟ

ରାଷ୍ଟ୍ରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତର ସମର୍ଥନ

ଭୁବନେଶ୍ୱର,୨୫।୧୧: ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତ ଆଲୁମିନିୟମ ସମର୍ଥନ ଜଣାଇଛି। ବିଶେଷକରି ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକରେ ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତ ଆଲୁମିନିୟମ ସମର୍ଥନ କରିଛି। ଉକ୍ତ ପ୍ରଦର୍ଶନୀ ଓ ସୁରଭି ଶିଶୁ ମହୋତ୍ସବ ପରି ପ୍ରଭାବଶାଳୀ ଶିକ୍ଷାଗତ ପଦକ୍ଷେପକୁ ନିୟମିତ ଉତ୍ସାହିତକରି ବେଦାନ୍ତ ଆଲୁମିନିୟମ ଗୁଣାତ୍ମକ ଶିକ୍ଷା ତଥା ଯୁବ ମାନସିକତାକୁ ସୁଦୃଢ କରିବା ସହ ଗୋଷ୍ଠୀର ବିକାଶ ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି।
ସେହିଭଳି ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ (ଷ୍ଟେମ୍‌) କ୍ଷେତ୍ରରେ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ପିଲାମାନେ ଚୟନ କରିବା ଉଚିତ ବୋଲି ପ୍ରଦର୍ଶନୀ ଜରିଆରେ ପ୍ରେରଣା ଦିଆଯାଇଥିଲା। ଏପରିକି ଯୁବଛାତ୍ରମାନେ ପ୍ରଦର୍ଶନୀ ମାଧ୍ୟମରେ ବିଜ୍ଞାନର ସମ୍ଭାବନାକୁ ଉପଯୋଗକରି ସମାଜର ଆବଶ୍ୟକତା ପାଇଁ ଅନନ୍ୟ ସମାଧାନ ବିଷୟରେ ଜାଣିବାକୁ ପାଇଥିଲେ। ଉକ୍ତ ପ୍ରଦର୍ଶନୀରେ ଗଣିତ ସମ୍ବନ୍ଧୀୟ ଧାରଣା, ଉପଯୁକ୍ତ ପୁଷ୍ଟିକର ଖାଦ୍ୟର ମହତ୍ତ୍ୱ, ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରଣାଳୀ, ସୌରଶକ୍ତିର ଉପଯୋଗ ଓ ମିଲେଟକୁ ସୁପର ଫୁଡ୍‌ ଭାବେ ବ୍ୟବହାର କରିବା ଲାଗି ଅଭିନବ ରେସିପି ଥିମ୍‌ ଆଦି ବିଷୟରେ ପିଲାମାନେ ଜାଣିବାକୁ ପାଇଥିଲେ। ବେଦାନ୍ତ ଲିମିଟେଡ୍‌ ଆଲୁମିନିୟମ ବ୍ୟବସାୟର ସିଇଓ (ମାଇନ୍ସ) ଭି.ଶ୍ରୀକାନ୍ତ କହିଥିଲେ, ବେଦାନ୍ତ ଆଲୁମିନିୟମ ସର୍ବଦା ଗୋଷ୍ଠୀ ପ୍ରତି ସଚେତନ ରହିଛି। ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀ ଭଳି ପଦକ୍ଷେପ ଆମର ସମର୍ଥନ ପରିବେଶ ପ୍ରୀତିକୁ ପ୍ରତିପାଦିତ କରିଥାଏ। ବିଶେଷକରି ଶିକ୍ଷାର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆମେ ଦୃଢବିଶ୍ୱାସ କରୁ ଓ ଏଭଳି ପଦକ୍ଷେପ ମାଧ୍ୟମରେ ଆମେ ଆଗାମୀ ପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରିବା।

Share