Categories: ବାଣିଜ୍ୟ

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ ଜେଇଇ ଆଡଭାନ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ସେହିଭଳି ଜେଇଇ(ମେନ୍‌)୨୦୨୪ ଫଳାଫଳରେ କୃତକାର୍ଯ୍ୟ ହାସଲ କରିଥିବା ଛାତ୍ରମାନଙ୍କ ମଧ୍ୟରୁ ୨୧୦ ଛାତ୍ରୀଛାତ୍ର ୯୯ ପର୍ସେଣ୍ଟାଇଲରୁ ଅଧିକ ସ୍କୋର କରିଥିବାବେଳେ ୬୪୧ ଛାତ୍ରୀଛାତ୍ର ୯୭ ପସେଣ୍ଟାଇଲରୁ ଅଧିକ ସ୍କୋର କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବେଦାନ୍ତୁର ଛାତ୍ର ପ୍ରଣବାନନ୍ଦ ସାଜି ଅଲ ଇଣ୍ଡିଆ ର଼୍ୟାଙ୍କ୍‌ ୩୧ ସହ ସମସ୍ତ ବେଦାନ୍ତୁର ଓଭରଅଲ ଟପ୍ପର ହୋଇଛନ୍ତି।
ଏ ସମ୍ପର୍କରେ ବେଦାନ୍ତୁର ସହ-ପ୍ରତିଷ୍ଠାତା ତଥା ଏକାଡେମିକ ମୁଖ୍ୟ ଆନନ୍ଦ ପ୍ରକାଶ କହିଥିଲେ, ଜେଇଇ ପରି ଅନ୍ତର୍ହିତ ପାଠ୍ୟକ୍ରମ ପ୍ରସ୍ତୁତି ସହ ଆମର ସକ୍ରିୟ ଶିକ୍ଷାଦାନ ପ୍ରଣାଳୀ ଛାତ୍ରୀଛାତ୍ରମାନଙ୍କ ମନରେ ଥିବା ସମସ୍ତ ସଂଶୟ ଦୂର ସହ ସେମାନଙ୍କୁ ପ୍ରକୃତ ସାମର୍ଥ୍ୟ ହାସଲ କରିବାକୁ ପ୍ରସ୍ତୁତ କରିଥାଏ। ଜେଇଇର ଏହି ସଫଳତା ଆମର ଛାତ୍ର, ଗୁରୁ, ପରାମର୍ଶଦାତା, ଡାଉଟ କ୍ଲିୟର ବିଶେଷଜ୍ଞ, ଛାତ୍ର ସହାୟତା କର୍ମଚାରୀ ଓ ଅନ୍ୟମାନଙ୍କ ନିଷ୍ଠା ଓ ପରିଶ୍ରମର ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ସେହିଭଳି ବେଦାନ୍ତୁର ସିଇଓ ତଥା ସହ-ପ୍ରତିଷ୍ଠାତା ଭାମସି କୃଷ୍ଣା କହିଛନ୍ତି, ଛାତ୍ରୀଛାତ୍ରମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ସହିତ ବେଦାନ୍ତୁ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ପ୍ରଣାଳୀର ଫଳପ୍ରଦତାର ଏହା ପ୍ରମାଣ। ଏହି ଶିକ୍ଷାନୁଷ୍ଠାନର ବିସ୍ତାର ପାଇଁ ଆମେ ଉତ୍ସାହିତ ଅଛୁ, ଯାହା ଅଧିକରୁ ଅଧିକ ଛାତ୍ରୀଛାତ୍ରଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଏପରିକି ଆଦର୍ଶ ଶିକ୍ଷାଦାନ ପ୍ରଣାଳୀ ଉପରେ ବେଦାନ୍ତୁ ସର୍ବଦା ଧ୍ୟାନ ଦେଇ ଦେଶର ଛାତ୍ରମାନଙ୍କୁ ଏକ ନୂଆ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

Share