ବେଦମନ୍ତ୍ରରେ କମ୍ପୁଛି ତାରା ତାରିଣି ପାହାଡ, ନୂତନ ମନ୍ଦିର ପ୍ରତିଷ୍ଠା ଲାଗି ଜଳ ଯାତ୍ରା

ପୁରୁଷୋତ୍ତମପୁର, ୧୬/୫(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବି ମା ତାରା ତାରିଣିଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ତଥା ଜୀର୍ଣ୍ଣୋଦ୍ଧାର ଓ ପ୍ରାସାଦର ସଂସ୍କାର କାର୍ଯ୍ୟ ଲାଗି ବେଦମନ୍ତ୍ର ରେ ତାରାତାରିଣୀ ପାହାଡ଼ କମ୍ପିଉଠିବାରେ ଲାଗିଛି। ଏହି ପ୍ରତିଷ୍ଠାରେ ଜଳଲାଗି ଜଳ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।

ଏଥିରେ ମନ୍ଦିରଟ୍ରଷ୍ଟ ବୋର୍ଡର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ କର୍ତ୍ତା ସେବାୟତ ସଂଘ ସଭାପତି ତପନ କୁମାର ରଣା ଙ୍କ ସମେତ ୧୦୮ ମହିଳା ମୂଖ୍ୟ ପୂରହିତ ପଣ୍ଡିତ ସୀମାଞ୍ଚଳ ଦାଶ ସର୍ମା ଓ ପଣ୍ଡିତ ମାନଙ୍କ ଗହଣରେ ପବିତ୍ର ଋଷିକୁଲ୍ୟା ନଦୀକୁ ଯାଇ ପୂଜାର୍ଚ୍ଚନା କରି ମୁଣ୍ଡରେ ଜଳ କଳଶ ମୁଣ୍ଡାଇ ଧରି ଶୋଭାଯାତ୍ରାରେ ୯୯୯ ପାହଚ ଚଢି ପାହାଡ ଉପର ମନ୍ଦିର ଜଞ୍ଯ ସ୍ଥଳକୁ ଆସିଥିଲେ।

ଏହା ପରେ ଯଞ୍ଯ ଆରମ୍ଭ, ବ୍ରାହ୍ମଣ ବରଣ,ଅଗ୍ନି ସଂସ୍କାର, ସାଲା ସଂସ୍କାର, ପୂଜାହୋମ ଆଦି କାର୍ଯ୍ୟ ପର୍ଯ୍ଯାୟ କ୍ରମେ ଆରମ୍ଭ ହୋଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ୍ କୁମାର ଟୁଡୁ, ଜିଲ୍ଲା ପ୍ରଶାସନର ବରିଷ୍ଠ କର୍ମଚାରୀ  ଅକ୍ଷିଳକୁମାର ସାବତ, ବିଡିଓ ବିଜୟ କୁମାର ବେହେରା , ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଆଇଆଇସି ପ୍ରିୟସ ରଞ୍ଜନ ଛୋଟରାୟ, ଏନ୍ଏସି ନିର୍ବାହୀ ଅଧିକାରୀ ସୌମ୍ଯ ରଞ୍ଜନ ମିଶ୍ର, ଅଗ୍ନି ସମ ଅଧିକାରୀ ଉମାଚରଣ ଭଟ୍ଟମିଶ୍ର,  ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡି, ସେବାୟତ ବାପୁଜୀ ରଣା ଙ୍କ ସମେତ ସମସ୍ତ ସେବାୟତ ଉପସ୍ଥିତ ରହିଛନ୍ତି।