ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଭେଡିୟା’

ମୁମ୍ବାଇ: କରୋନା ସମୟରେ ଓଟିଟି ପ୍ଲାଟଫର୍ମର କ୍ରେଜ୍‌ ଲୋକମାନଙ୍କ ମଧ୍ୟରେ ଥିଲା। ପ୍ରେକ୍ଷାଳୟ ସହିତ, ଲୋକମାନେ ଓଟିଟିରେ ଚଳଚ୍ଚିତ୍ର ଏବଂ ୱେବ ସିରିଜ ଦେଖିବାକୁ ପସନ୍ଦ କରନ୍ତି। ଏହି ବର୍ଷ ସାରା ଓଟିଟି ପ୍ଲାଟଫର୍ମରେ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଏବଂ ୱେବ ସିରିଜ୍‌ ରିଲିଜ୍‌ ହୋଇଛି। ଇତି ମଧ୍ୟରେ ବରୁଣ ଧାୱନଙ୍କ ଅଭିନୀତ ଫିଲ୍ମ ‘ଭେଡିୟା’ଓଟିଟିରେ ରିଲିଜ୍‌ ହେବାକୁ ଯାଉଛି। ଡିସେମ୍ବର ୩୦ରେ ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ଦର୍ଶକ ମାଗଣାରେ ଘରେ ବସି ଏହି ଚଳଚ୍ଚିତ୍ର ଦେଖିବାକୁ ସୁଯୋଗ ପାଇବେ।
ଫିଲ୍ମ ‘ଭେଡିୟା’ ନଭେମ୍ବର ୨୫ରେ ପ୍ରେକ୍ଷାଳୟକୁ ଆସିଥିଲା। ହେଲେ ବକ୍ସ ଅଫିସରେ ଆଶାନୁଯାୟୀ ଆୟ କରିପାରି ନ ଥିଲା। କିନ୍ତୁ ଏହି ଫିଲ୍ମ ପ୍ରଶଂସକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା।

Share