Categories: ବାଣିଜ୍ୟ

ଗୁଣାତ୍ମକ ଉତ୍ପାଦକୁ ବୈଦ୍ୟନାଥର ଗୁରୁତ୍ୱ

ଭୁବନେଶ୍ୱର,୧୩।୪: ବର୍ତ୍ତମାନର ଚଳଚଞ୍ଚଳ ସମୟ ମଧ୍ୟରେ ଆମେ ଉଭୟ ଆମର ସ୍ବାସ୍ଥ୍ୟ ଓ ସମୟସୀମାକୁ ଠିକ୍‌ ଭାବେ ପରିଚାଳନା କରିପାରୁ ନ ଥିବାବେଳେ କମ୍‌ ବୟସରେ ଭିନ୍ନ ଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏପରିକି ରୋଗୀ ରୋଗରୁ ନିରାକରଣ ପାଇଁ ଗୁଣାତ୍ମକ ଔଷଧ ଓ ଅଭିଜ୍ଞ ଚିକିତ୍ସକଙ୍କ ଠିକ୍‌ ପରାମର୍ଶ ପାଇପାରୁନାହିଁ। ରୋଗୀ ଓ ରୋଗ ମୁଦ୍ରାର ଉଭୟ ପାର୍ଶ୍ୱ ଭଳି ହୋଇଥିଲାବେଳେ ଚିକିତ୍ସକ ଗୁଣାତ୍ମକ ଔଷଧ ସମ୍ପର୍କରେ ଅବଗତ କରାଇବା ସହିତ ଉନ୍ନତ ମାନର ବ୍ରାଣ୍ଡ୍‌ ମଧ୍ୟ ଚିକିତ୍ସା କ୍ଷେତ୍ରରେ ବେଶ୍‌ ସହାୟକ ହୋଇଥାଏ ବୋଲି ବୈଦ୍ୟନାଥ ଆୟୁର୍ବେଦ ସମ୍ମିଳନୀ-୨୦୨୪ରେ ଯୋଗଦେଇଥିବା ଚିକିତ୍ସକ ଓ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ସମ୍ମିଳନୀର ପ୍ରାରମ୍ଭରେ ଗ୍ଲୋବାଲ ଆୟୁର୍ବେଦ ଆଣ୍ଡ ବୈଦ୍ୟନାଥର ଏମ୍‌ଡି ଆର୍‌.କେ. ଶର୍ମା ସମ୍ମିଳନୀର ଆଭିମୁଖ୍ୟ ଓ ବ୍ରାଣ୍ଡ୍‌ର ସଫଳତା ଏବଂ ଆଗାମୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ କହିଥିଲେ, ଆମେ ରୋଗର ନିରାକରଣ ପାଇଁ ବଜାରରେ ଗୁଣାତ୍ମକ ଉତ୍ପାଦ ଉପଲବ୍ଧ କରାଇବା ସହିତ କାରବାର ବୃଦ୍ଧି ପାଇଁ ସହଯୋଗୀମାନଙ୍କ ସହ ଉତ୍ତମ ସମ୍ପର୍କ ଓ ନୂତନ ଉତ୍ପାଦ ଉନ୍ମୋଚନ ଉପରେ ବିଶେଷ ଗୁରୁତ୍ୱ ଦେଇଥାଉ। ସେହିପରି ଶ୍ରୀ ବୈଦ୍ୟନାଥ ଆୟୁର୍ବେଦ ଭବନ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦ୍ଦେଶିକା ନେହା ଶର୍ମା ସମ୍ମିଳନୀକୁ ସମ୍ବୋଧନ କରି କହିଥିଲେ, ଆମେ ଉଭୟ ବ୍ରାଣ୍ଡ୍‌ ଓ ବ୍ୟବସାୟୀ ସହଯୋଗୀଙ୍କ ବିକାଶ ଉପରେ କାର୍ଯ୍ୟ କରୁଛୁ। ଏପରିକି ବ୍ରାଣ୍ଡ୍‌ର ଲୋକପ୍ରିୟତା ବଢ଼ାଇବା ପାଇଁ ନୂଆ ନୂଆ ଉତ୍ପାଦକୁ ବଜାର ପ୍ରବେଶ କରାଇବା ସହ ଗ୍ରାହକଙ୍କ ନିକଟତର କରାଇବାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି ବୋଲି ସେ ମତପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ବ୍ରାଣ୍ଡ୍‌ର ନୂତନ ଉତ୍ପାଦ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଥିଲା। ସମ୍ମିଳନୀରେ ୧୦୦ରୁ ଅଧିକ ବ୍ୟବସାୟୀ ସହଯୋଗୀ ଯୋଗ ଦେଇଥିତ୍ବାବେଳେ ସେମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ପୁରସ୍କାର ଆଦିର ବ୍ୟବସ୍ଥା ମଧ୍ୟ ବ୍ରାଣ୍ଡ୍‌ ପକ୍ଷରୁ କରାଯାଇଥିଲା।

Share