୧୨ କୋଟିର ଫ୍ଲାଟ୍‌ ଲାଗି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ପୁଅ

ବମ୍ବେ: ସମ୍ପତ୍ତି ପାଇଁ ଭଗାରୀ ସାଜିଲେ ପୁଅ। ପ୍ରଥମେ ବେସବଲ୍‌ରେ ଅଭିନେତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କଲେ। ପରେ ମୃତଦେହକୁ ନେଇ ଘରଠାରୁ ୯୦ କିମି ଦୂର ଏକ ନଦୀରେ ଫିଙ୍ଗିଦେଲେ। ଅଭିନେତ୍ରୀ ବୀଣା କପୁରଙ୍କୁ ନେଇ ଏଭଳି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ତାଙ୍କ ସାନପୁଅ ସମ୍ପତ୍ତି ଲାଗି ଅଭିନେତ୍ରୀଙ୍କ ହତ୍ୟା କରିଥିବା ସ୍ପଷ୍ଟ ହେବା ପରେ ଟେଲିଜଗତରେ ଶୋକର ଛାୟା ଖେଲିଯାଇଛି।

ଜୁହୁ ଅଞ୍ଚଳରେ ରହୁଥିବା ବୀଣାଙ୍କ ବଡ଼ ପୁଅ ଆମେରିକାରେ ରୁହନ୍ତି। ତେବେ ସାନ ପୁଅ ସଚିନଙ୍କ ସହ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ସଚିନ ଅଭିନେତ୍ରୀଙ୍କଠାରୁ ୧୨ କୋଟି ମୂଲ୍ୟର ଫ୍ଲାଟ୍‌ ନେବାକୁ ଚାହୁଁଥିଲେ। ଏହାକୁ ନେଇ ଅନେକ ଥର ଉଭୟଙ୍କ ବଚସା ମଧ୍ୟ ହୋଇଥିଲା। ସଚିନ ଶେଷରେ ଉତ୍ତ୍ୟକ୍ତ ହୋଇ ବୀଣାଙ୍କ ମୁଣ୍ଡକୁ ବେସବଲ୍‌ରେ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ ନେଇ ରାୟଗଡ଼ ଜିଲାର ମାଥେରନ୍‌ ନଦୀରେ ଫିଙ୍ଗିଦେଇ ଆସିଥିଲେ।

ବୀଣାଙ୍କ ବଡ଼ପୁଅଙ୍କୁ କିଛି ଠିକ୍‌ ଲାଗି ନ ଥିଲା। ସେ ତୁରନ୍ତ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଯାଞ୍ଚ କରିବା ପରେ ସଚିନ ସବୁ ସତ ମାନି ନେଇଥିଲେ। ଏବେ ପୋଲିସ ଅଭିଯୁକ୍ତ ସଚିନ ଏବଂ ତାଙ୍କ ଘରେ କାମ କରୁଥିବା ଲଲୁ କୁମାର ମଣ୍ଡଳଙ୍କୁ ଗିରଫ କରିଛି।

Share