ପୁରୀ ଅଫିସ,୬।୪: ବରିଷ୍ଠ ଆଇଏଏସ୍ ଅଫିସର ବୀର ବିକ୍ରମ ଯାଦବ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଶ୍ରୀମନ୍ଦିର ଯାଇ ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱରେ ଥିବା ବେଳେ ଅତିରିକ୍ତ ଭାବେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ମିଳିଛି। ତେବେ ଆଇଏଏସ୍ ଅଫିସର ଡ. କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେଶନରେ ଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦ ଖାଲି ପଡିଥିଲା।