ନୂଆଦିଲ୍ଲୀ, ୩୧।୫: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ହେଲା ନିଜକୁ ଶାକାହାରୀ କହି ଆସୁଛନ୍ତି। କିନ୍ତୁ ଡାଏଟ୍ରେ ଅଣ୍ଡା ସାମିଲ ଥିବା ଭୁଲ ବଶତଃ ସ୍ବୀକାର କରିଛନ୍ତି ବିଶ୍ୱର ସବୁଠୁ ଫିଟ୍ କ୍ରିକେଟର।
ନିକଟରେ ଇନଷ୍ଟାଗ୍ରାମରେ ପ୍ରଶ୍ନ ଓ ଉତ୍ତର ସେଗମେଣ୍ଟରେ ଜଣେ ପ୍ରଶଂସକ କୋହଲିଙ୍କୁ ଡାଏଟ୍ରେ କ’ଣ ଖାଆନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଭାରତୀୟ ଅଧିନାୟକ ଲେଖିଥିଲେ, ବହୁ ପନିପରିବା, ଅଣ୍ଡା, ୨ କପ୍ କଫି, ଡାଲି, କ୍ୱିନୋଆ ଓ ଦୋଷା ମଧ୍ୟ ଭଲ ପାଏ। କିନ୍ତୁ ସବୁ କିଛି ନିୟନ୍ତ୍ରଣ ପରିମାଣରେ ଖାଏ। କୌତୁହଳର ବିଷୟ, ୨୦୧୮ରେ ନିଜ ଫିଟ୍ନେସକୁ ସୁଧାରିବା ପାଇଁ ମାଂଶ, ଅଣ୍ଡା ଛାଡ଼ି ଶାକାହାରୀ ପାଲଟି ଯାଇଥିବା ୨୦୧୯ ଅକ୍ଟୋବରରେ ଟୁଇଟ୍ କରି ସୂଚନା ଦେଇଥିଲେ କୋହଲି।