Categories: ଖେଳ

ଶାକାହାରୀ କହୁଥିବା କୋହଲି ଖାଆନ୍ତି ଅଣ୍ଡା

ନୂଆଦିଲ୍ଲୀ, ୩୧।୫: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ହେଲା ନିଜକୁ ଶାକାହାରୀ କହି ଆସୁଛନ୍ତି। କିନ୍ତୁ ଡାଏଟ୍‌ରେ ଅଣ୍ଡା ସାମିଲ ଥିବା ଭୁଲ ବଶତଃ ସ୍ବୀକାର କରିଛନ୍ତି ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟର।

ନିକଟରେ ଇନଷ୍ଟାଗ୍ରାମରେ ପ୍ରଶ୍ନ ଓ ଉତ୍ତର ସେଗମେଣ୍ଟରେ ଜଣେ ପ୍ରଶଂସକ କୋହଲିଙ୍କୁ ଡାଏଟ୍‌ରେ କ’ଣ ଖାଆନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଭାରତୀୟ ଅଧିନାୟକ ଲେଖିଥିଲେ, ବହୁ ପନିପରିବା, ଅଣ୍ଡା, ୨ କପ୍‌ କଫି, ଡାଲି, କ୍ୱିନୋଆ ଓ ଦୋଷା ମଧ୍ୟ ଭଲ ପାଏ। କିନ୍ତୁ ସବୁ କିଛି ନିୟନ୍ତ୍ରଣ ପରିମାଣରେ ଖାଏ। କୌତୁହଳର ବିଷୟ, ୨୦୧୮ରେ ନିଜ ଫିଟ୍‌ନେସକୁ ସୁଧାରିବା ପାଇଁ ମାଂଶ, ଅଣ୍ଡା ଛାଡ଼ି ଶାକାହାରୀ ପାଲଟି ଯାଇଥିବା ୨୦୧୯ ଅକ୍ଟୋବରରେ ଟୁଇଟ୍‌ କରି ସୂଚନା ଦେଇଥିଲେ କୋହଲି।

Share