ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପନିପରିବା ଚାଷ

ରାଇକିଆ,୩ା୧୨(ଡି.ଏନ୍‌.ଏ.): ସକାଳୁ ତାଜା ପନିପରିବା ସହ ରାସ୍ତା ପାଶର୍‌ବରେ ମହିଳାଙ୍କ ପନିପରିବା ବ୍ୟବସାୟର ଲମ୍ବା ଧାଡ଼ି। ଫୁଲ କୋବି, ବିନ୍ସ, ବନ୍ଧା କୋବିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାଗ ବିକ୍ରି କରୁଛନ୍ତି ମହିଳା। ସତେଜ ପନିପରିବା ପାଇଁ ଗ୍ରାହକଙ୍କ ମଧ୍ୟ ଭିଡ଼ ଜମୁଛି। ପୂର୍ବରୁ ନିଜ ଜମିରେ ଚାଷ କରୁଥିବା ପନିପରିବାକୁ ବାହାର ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ। ଏବେ କିନ୍ତୁ ନିଜେ ବଜାରକୁ ପନିପରିବା ଆଣି ବିକ୍ରି କରି ଉଚିତ ଦର ପାଉଛନ୍ତି। ଏଥିରୁ ସ୍ବାବଲମ୍ବୀ ମଧ୍ୟ ହେଉଛନ୍ତି। ଏ ନେଇ ମହିଳା ଚାଷୀ ରୁନିମା ପ୍ରଧାନ କୁହନ୍ତି, ପୂର୍ବରୁ ଆମେ ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରୁଥିଲୁ। ଏବେ କିନ୍ତୁ ବଜାରକୁ ଆସି ନିଜେ ବିକ୍ରି କରୁଛୁ। ଲକ୍‌ଡାଉନ ସମୟରେ ଉତ୍ପାଦିତ ପନିପରିବା ଗାଁରେ ରହି ବିକ୍ରି କରିବା ସମ୍ଭବପର ହେଲା ନାହିଁ । ଅଭାବୀ ବିକ୍ରିର ଶିକାର ହେଲୁ,ସେବେଠାରୁ ବଜାରକୁ ଆସି ସିଧାସଳଖ ପନିପରିବା ବିକ୍ରି କଲୁ। ଏହି ଧାରା ଆଜି ପର୍ଯ୍ୟନ୍ତ ଚାଲିଛି। ସଲାଙ୍ଗିଆ ଅଞ୍ଚଳରୁ ଆସିଥିବା ରଜନୀ ନାୟକ କୁହନ୍ତି, ନିତିଦିନିଆ ରୋଜଗାର ଦେଉଛି ପନିପରିବା। ଚଳିତ ବର୍ଷ ଲଘୁଚାପ ବର୍ଷା ଯୋଗୁ ବିନ୍ସ ଚାଷରେ ବ୍ୟାପକ କ୍ଷତି ହୋଇଥିଲା। ଏହି ସମୟରେ ଅନ୍ୟ ପରିବା ବିକ୍ରି କରି ପରିବାର ଚାଲିଥିଲା। ଏବେ କିନ୍ତୁ ବନ୍ଧା କୋବି, ମଟର ଭଲ ଚାଷ ହେଇଛି। ସେଥିରୁ ଭଲ ଦୁଇ ପଇସା ରୋଜଗାର ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri