ନୂଆଦିଲ୍ଲୀ,୨୫।୭: ଦେଶରେ ପନିପରିବା ଦର ଆକାଶଛୁଆଁ ହେଉଛି। ଆଳୁ, ପିଆଜ ଏବଂ ଟମାଟୋର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ରୋଷେଇ ଘରେ ପ୍ରତିଦିନ ବ୍ୟବହୃତ ପନିପରିବା ଦର ୧୫ ରୁ ୫୮ପ୍ରତିଶତ ବୃଦ୍ଧି ପାଇଛି। ମୂଲ୍ୟ ବୃଦ୍ଧି ପଛରେ ଅନେକ କାରଣ ଅଛି । ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମୌସୁମୀ। ତେବେ ପରିସ୍ଥିତି ସାମୟିକ ବୋଲି କେନ୍ଦ୍ର ସରକାର କହିଛନ୍ତି। ଖୁବ ଶୀଘ୍ର ମୂଲ୍ୟ ନିୟନ୍ତ୍ରଣ ହେବ।
ନିକଟରେ ଅର୍ଥନୈତିକ ସର୍ଭେ ସଂସଦରେ ଉପସ୍ଥାପିତ ହୋଇଥିଲା। ଏଥିରେ ପନିପରିବା ଦର ବୃଦ୍ଧି ହେବାର କାରଣ ସରକାର ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ହେଲା ପାଗ ଖରାପ ଥିବାରୁ ଜଳଭଣ୍ଡାରର ଜଳ ସ୍ତର ହ୍ରାସ ପାଉଛି। ଫସଲ ନଷ୍ଟ ହେଉଛି । ଏହି କାରଣରୁ ମୂଲ୍ୟ ବୃଦ୍ଧି ପାଉଛି। ଖରାପ ପାଗ ଯୋଗୁଁ ପନିପରିବା ଏବଂ ଡାଲି ଉତ୍ପାଦନ ପ୍ରଭାବିତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩-୨୦୨୪ରେ ଖରାପ ପାଗର ଅନେକ ପ୍ରଭାବ ପଡିଛି। ଏହି କାରଣରୁ ଫସଲରେ ସର୍ବାଧିକ କ୍ଷତି ହୋଇଛି। ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଛି। ଫସଲ ରୋଗ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ । ଏହି କାରଣରୁ ଟମାଟୋ ସହିତ ଅନ୍ୟ ପନିପରିବା ଦର ପ୍ରଭାବିତ ହୋଇଛି।