ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ମହଙ୍ଗା ଦରଦାମ୍‌ରେ ଖାଉଟି ହନ୍ତସନ୍ତ ହେଉଥିବାବେଳେ ଦାଉ ସାଧିଛି ସାମ୍ଭାବ୍ୟ ବନ୍ୟା। ଲଗାଣ ବର୍ଷାରେ ଚାଷଜମି ଜଳମଗ୍ନ ହୋଇଥିବାରୁ ଫସଲ ନଷ୍ଟ ହେବାରେ ଲାଗିଛି। ଫଳରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରକୁ ଗଲେ ପକେଟ ଖାଲି ହେଉଛି, ମାତ୍ର ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। ଆଳୁ ବ୍ୟତୀତ କୌଣସି ପରିବାର ଦର ୪୦ ଟଙ୍କା ତଳକୁ ନାହିଁ। ରାଜଧାନୀର ପ୍ରମୁଖ ବଜାର କୁହାଯାଉଥିବା ୟୁନିଟ-୧ ପରିବା ମାର୍କେଟରେ ଆଳୁ ଦର କିଲୋ ପିଛା ୩୦ ଟଙ୍କା ଥିବାବେଳେ ଛୋଟ ଆଳୁ ପିଛା ୨୫ଟଙ୍କା ରହିଛି। ସେହିପରି ପିଆଜ ୩୫ ଟଙ୍କା, ବାଇଗଣ କିଲୋପିଛା ୬୦, ବନ୍ଧାକୋବି ୪୫, ପୋଟଳ ୪୦ରୁ ୬୦, ଟମାଟୋ ୫୦, ସଜନାଛୁଇଁ ୮୦ ଟଙ୍କା ଥିବାବେଳେ ବିନ୍ସ ଏବଂ ସିମ୍‌ଲା ଲଙ୍କାର ଦର ୧୦୦ଟଙ୍କା ରହିଛି। ଅନ୍ୟ ହାଟ ଏବଂ ଦୋକାନରେ ପରିବା ଦର କେଜି ପିଛା ୮୦ ଟଙ୍କା ଉପରେ ରହିଛି। ଏ ସମ୍ପର୍କରେ ରାଜଧାନୀ କଞ୍ଚା ପରିବା ବିକ୍ରେତା ମହାସଂଘର ସଭାପତି କବିରାଜ ସ୍ବାଇଁ କହିଛନ୍ତି, ବନ୍ୟା ପାଇଁ ଏବେ ପରିବା ଦର ଅଧିକ ରହିଛି। ଆଗକୁ ମଧ୍ୟ କିଛିଦିନ ପାଇଁ ଏମିତି ଦର ରହିବ। ବାଙ୍ଗାଲୋରରୁ ବନ୍ଧାକୋବି, ଫୁଲକୋବି, ବିନ୍ସ, ସିମ୍‌ଲା, ଟମାଟୋ ଆଦି ପରିବା ଆମଦାନୀ ହୋଇଥାଏ। ସେହିପରି ତାମିଲନାଡୁରୁ ସଜନାଛୁଇଁ, କଖାରୁ, ଆନ୍ଧ୍ରପ୍ରଦେଶରୁ ଅମୃତଭଣ୍ଡା, ପଶ୍ଚିମବଙ୍ଗରୁ ବାଇଗଣ, କାଙ୍କଡ, ପୋଟଳ, ଅମୃତଭଣ୍ଡା, ଇନ୍ଦୋରରୁ ଗାଜର ଆମଦାନୀ ହେଉଛି। ସାଧାରଣତଃ ୮୦ ପ୍ରତିଶତ ପରିବା ବାହାର ରାଜ୍ୟରୁ ଆସୁଥିବାବେଳେ ଓଡ଼ିଶାରୁ ୨୦ ପ୍ରତିଶତ ପରିବା ଆମଦାନୀ ହୁଏ। ମାତ୍ର ଏଥର ବର୍ଷାରେ ସେତକ ବି ଭାସିଗଲା। ତେଣୁ ଆମକୁ ସମ୍ପୂର୍ଣ୍ଣରୂପେ ବାହାର ରାଜ୍ୟ ଉପରେ ଭରସା କରିବାକୁ ପଡ଼ିବ। ତେବେ ସମ୍ପ୍ରତି ବାହାର ରାଜ୍ୟରେ ବି ବର୍ଷା ହେଉଥିବାରୁ ସେଠାକାର ସ୍ଥିତି ମଧ୍ୟ ଖରାପ। ତେଣୁ ସେପଟୁ ଓଡ଼ିଶାକୁ ପରିବା ଆସିପାରୁନାହିଁ। ଯେତିକି ପରିବା ମହଜୁଦ ଅଛି ସେଗୁଡ଼ିକୁ ଉଚ୍ଚା ଦାମ୍‌ରେ କିଣିବାକୁ ପଡୁଛି। ତେଣୁ ଖାଉଟିଙ୍କୁ ମଧ୍ୟ ଚଢ଼ା ଦରରେ ବିକ୍ରି କରାଯାଉଛି ବୋଲି ସେ କହିଛନ୍ତି। ସେହିପରି ରାଜ୍ୟର ଉପକୂଳ ଅଞ୍ଚଳରେ ଦର ମହଙ୍ଗା ରହିଛି। କେନ୍ଦ୍ରାପଡ଼ାରେ ଆଳୁ କିଲୋ ପିଛା ୨୪ ଟଙ୍କା ଥିବାବେଳେ ପିଆଜ ୨୦, ରସୁଣ ୫୦, ଅଦା ୮୦, ବାଇଗଣ ୪୦, ଟମାଟୋ ୩୦, ଜହ୍ନି ୭୦, ଭେଣ୍ଡି ୪୦, ପୋଟଳ ୬୦, ଝୁଡ଼ଙ୍ଗ ୬୦, ଅମୃତଭଣ୍ଡା ୩୦, ସଜନା ଛୁଇଁ ୧୦୦, ଫୁଲକୋବି ୭୦, ବନ୍ଧାକୋବି ୫୦ ଏବଂ କଖାରୁ ୩୦ଟଙ୍କା ରହିଛି। ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଦର ଆହୁରି ବଢିବା ଆଶଙ୍କା କରାଯାଉଛି। ତେବେ ଏଭଳି ଚଢ଼ା ଦର ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ସମସ୍ତ ବର୍ଗର ଖାଉଟିଙ୍କୁ ହନ୍ତସନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଗ୍ରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିବା ଏୟାର ହୋଷ୍ଟେସଙ୍କୁ ଯୌନ ନିର୍ଯାତନା

ନୂଆଦିଲ୍ଲୀ,୧୬।୪: ଗୁରୁଗ୍ରାମରରେ ଜଣେ ୪୬ ବର୍ଷୀୟ ଏୟାର ହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟରରେ ଥିବା ସମୟରେ ଯୌନ...

୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣା: ଦୋଷୀଙ୍କୁ ୨୦ବର୍ଷ ଜେଲ୍‌

କଟକ,୧୬।୪(ପ୍ରଭୁକଲ୍ୟାଣ ପାଲ୍‌): ୮୦ବର୍ଷୀୟ ବୃଦ୍ଧାଙ୍କ ବଳାତ୍କାର ଦୋଷୀଙ୍କୁ ହୋଇଛି ୨୦ବର୍ଷ ଜେଲ । ୨୦୨୨ରେ କଟକରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ୮୦ବର୍ଷୀୟ ବୃଦ୍ଧାଙ୍କୁ ବଳାତ୍କାର ଘଟଣାରେ...

ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର,୧୬.୪: କେନ୍ଦ୍ର ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲକ୍ଷପତି ଦିଦି ଯୋଜନା ଅଧୀନରେ ଓଡ଼ିଶା ଭାରତରେ ଶୀର୍ଷ ସ୍ଥାନ ହାସଲ କରିଛି। ଯାହା ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ...

ଓଡ଼ିଶାରେ ଗ୍ରୀନ୍ ଏନର୍ଜି ପାଇଁ ₹୪,୫୦୦ କୋଟି ନିବେଶ ପ୍ରସ୍ତାବ, ସୃଷ୍ଟି ହେବ ୩,୦୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬.୪: ଆପୋଲୋ ଗ୍ରୀନ୍ ଏନର୍ଜି ଲିମିଟେଡ୍ ସବୁଜ ଶକ୍ତି ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାରେ ₹୪,୫୦୦ କୋଟି ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଓଡ଼ିଶାର...

ସରକାରୀ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଅଫିସ୍‌ ବିଳମ୍ବରେ ପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୫ା୪(ସୁଚିସ୍ମିତା ସାହୁ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ଠିକ୍‌ ସମୟରେ ଅଫିସ୍‌ ଆସୁନାହାନ୍ତି। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବିଳମ୍ବ...

କେମିତି ମିଳିବ ନୂଆ LPG କନେକ୍ସନ, ଖର୍ଚ୍ଚରୁ ନେଇ ଆବେଦନ ଯାଏ; ଜାଣନ୍ତୁ ପୁରା ପ୍ରକ୍ରିୟା…

ନୂଆଦିଲ୍ଲୀ,୧୬।୪: ଭାରତରେ ରୋଷେଇ ପାଇଁ ଅନେକ ପରିବାର ପାଇଁ ଏଲପିଜି ଗ୍ୟାସ ସଂଯୋଗ ଏବେ ଏକ ଅତ୍ୟାବଶ୍ୟକ ସେବା ପାଲଟିଛି। ଯଦି ଆପଣ ଏକ ନୂତନ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ

କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ...

ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ, ସୋଲାର ପମ୍ପ ଟ୍ୟାଙ୍କ ଦାରା ପାନୀୟ ଜଳ ଯୋଗାଣ ପାଇଁ ଦାବି

ଥୁଆମୂଳ ରାମପୁର,୧୬।୪-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image