ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୮ା୮(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିବା ୨ଟି ଗାଡ଼ିକୁ ମାଓବାଦୀ ଜାଳି ଦେଇଛନ୍ତି।
ସୂଚନା ଅନୁଯାୟୀ ଛତିଶଗଡ଼ର କିଷ୍ଟାରାମ ଥାନା ଅଧୀନ ସିନ୍ଧୁରଗୁଡ଼ା ଅଞ୍ଚଳରେ ଜଣେ ଠିକାଦାର ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏଥିରେ ନିୟୋଜିତ ଗାଡ଼ି ଗୁଡ଼ିକୁ ସେ ନିର୍ମାଣସ୍ଥଳକୁ ନେଉଥିଲେ। ଏହି ସମୟରେ ମାଓବାଦୀମାନେ ଦୁଇଟି ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ନ ଥାଇ ଏବଂ ପୋଲିସର ଅଜାଣତରେ ଠିକାଦାର ଗାଡ଼ିଗୁଡ଼ିକୁ ନେଉଥିବା ସମୟରେ ମାଓବାଦୀ ଏଭଳି କାଣ୍ଡ ଘଟାଇଥିବା ସୁକ୍‌ମା ଏସ୍‌ପି ସୁନୀଲ ଶର୍ମା କହିଛନ୍ତି। ଗାଡ଼ି ଜାଳିଦେବା ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଏସ୍‌ପି ଶର୍ମା ପ୍ରକାଶ କରିଛନ୍ତି।

Share