ହ୍ରାସ ପାଇଛି ଯାନବାହନ ରପ୍ତାନି

ନୂଆଦିଲ୍ଲୀ,୧୭।୭(ଅଭୟ ଦାଶ): ଦେଶର ପ୍ରମୁଖ ଅଟୋଶିଳ୍ପ ସଂଘ ସୋସାଇଟି ଅଫ୍‌ ଇଣ୍ଡିଆନ ଅଟୋମୋବାଇଲ୍‌ ମ୍ୟାନୁଫାକ୍ଚରର୍ସ (ଏସଆଇଏଏମ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଯାନବାହନ ରପ୍ତାନ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୩ ଏପ୍ରିଲରୁ ଜୁନ୍‌ ଅବଧି ମଧ୍ୟରେ ଭାରତରୁ ଅଟୋମୋବାଇଲ୍‌ ରପ୍ତାନ ୨୮ % ହ୍ରାସ ପାଇଛି। ବିଶେଷ କରି ଆଫ୍ରିକା ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡିକରେ ଆର୍ଥିକ ସଙ୍କଟ ଦେଖାଦେଇଥିବା କାରଣରୁ ଯାନବାହନ ରପ୍ତାନି ହ୍ରାସ ହୋଇଛି ବୋଲି ଏସଆଇଏଏମ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଚଳିତ ଆର୍ଥକ ବର୍ଷର ପ୍ରଥମ ତ୍ରୈମାସିକ ଶେଷ ସୁଦ୍ଧା ମୋଟ ୧୦,୩୨,୪୪୯ ୟୁନିଟ ଯାନ ରପ୍ତାନୀ ହୋଇଥିବାବେଳେ ୨୦୨୨-୨୩ଆର୍ଥକ ବର୍ଷର ସମାନ ଅବଧି ମଧ୍ୟରେ ୧୪,୨୫,୯୬୭ ୟୁନିଟ୍‌ ଯାନ ରପ୍ତାନି ହୋଇଥିଲା।
ଏ ସମ୍ପର୍କରେ ଏସଆଇଏଏମର ମହାନିର୍ଦ୍ଦେଶକ ରାଜେଶ ମେନନ୍‌ କହିଛନ୍ତି, ବିଶେଷ କରି ଆଫ୍ରିକା ଏବଂ ଅନ୍ୟାନ୍ୟ ବିକାଶଶୀଳ ଦେଶଗୁଡିକରେ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁ ପ୍ରଥମ ତ୍ରୈମାସିକରେ ଅଟୋଶିଳ୍ପର ରପ୍ତାନୀରେ ହ୍ରାସ ଘଟିଛି।
ଉଲ୍ଲେଖଯୋଗ୍ୟ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈ ମାସିକରେ ସମୁଦାୟ ଯାତ୍ରୀବାହୀ ଯାନବାହାନର ରପ୍ତାନୀ ୧,୫୨,୧୫୬ ୟୁନିଟ୍‌ ରହିଛି। ଯାହା ଗତ ଆର୍ଥିକ ବର୍ଷ ଏପ୍ରିଲରୁ ଜୁନ୍‌ ଅବଧି ମଧ୍ୟରେ ୧,୬୦,୧୧୬ ୟୁନିଟ୍‌ ରହିଥିଲା। ବିଶେଷ କରି ଗତ ଆର୍ଥକ ବର୍ଷ ଅପେକ୍ଷା ଚଳିତ ଆର୍ଥିକ ବର୍ଷର ରପ୍ତାନୀ ହାରରେ ୫ % କମ୍‌ ରହିଛି। ସେହିପରି ଯାତ୍ରୀବାହୀ କାରଗୁଡିକର ରପ୍ତାନି ସମାନ ଅବିଧି ମଧ୍ୟରେ ୧,୦୪,୪୦୦ ୟୁନିଟରୁ ୯୪,୭୯୩ ୟୁନିଟକୁ ହ୍ରାସ ପାଇଛି। ସେହିଭଳି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୟୁଟିଲିଟି ଯାନ ରପ୍ତାନିରେ ମଧ୍ୟ ସାମାନ୍ୟ ହ୍ରାସ ଘଟିଛି ଏବଂ ଗତ ଆର୍ଥିକ ବର୍ଷର ସମାନ ଅବଧିରେ ୫୫,୫୪୭ ୟୁନିଟ୍‌ ତୁଳନାରେ ଚଳିତ ଆର୍ଥିକ ବର୍ଷ ରେ ୫୫,୪୧୯ ୟୁନିଟ୍‌ ରହିଛି। ସେହିପରି ୨ଚକିଆ ଯାନ ରପ୍ତାନିରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ୨୦୨୩ଏପ୍ରିଲ୍‌ରୁ ଜୁନ୍‌ ଅବଧି ମଧ୍ୟରେ ୩୧% ହ୍ରାସ ପାଇ ୭,୯୧,୩୧୬ ୟୁନିଟ୍‌କୁ ଖସି ଆସିଛି। ଗତ ଆର୍ଥକ ବର୍ଷର ସମାନ ଅବିଧି ମଧ୍ୟରେ ୧୧,୪୮,୫୯୪ ୟୁନିଟ୍‌ ଦୁଇ ଚକିଆ ଯାନ ରପ୍ତାନୀ ହୋଇଥିଲା। ଅପରପକ୍ଷରେ ବାଣିଜି୍ୟକ ଯାନରେ ମଧ୍ୟ ରପ୍ତାନୀ ହ୍ରାସ ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବାଣିଜି୍ୟକ ଯାନ ପରିବହନ ୧୪,୬୨୫ ୟୁନିଟକୁ ହ୍ରାସ ପାଇଛି। ଗତ ବର୍ଷ ଏହାର ସଂଖ୍ୟା ୧୯,୬୨୪ ୟୁନିଟ୍‌ ଥିଲା। ଫଳରେ ବାଣିଜି୍ୟକ ଯାନ ୨୫% ହ୍ରାସ ପାଇଛି। ତିନି ଚକିଆ ଯାନ ରପ୍ତାନୀରେ ଗତ ବର୍ଷ ଅପେକ୍ଷା ୨୫% ହ୍ରାସ ପାଇ ୭୩,୩୬୦ ହୋଇଛି। ଗତବର୍ଷ ଏହା ୯୭.୨୩୭ ୟୁନିଟ୍‌ ଥିଲା। ଉଲ୍ଲେଖଯୋଗ୍ୟ, ମାରୁତି ସୁଜୁକି ୨୦୨୩ ଜୁନ୍‌ ମଧ୍ୟରେ ୬୨,୮୫୭ ୟୁନିଟ୍‌ ରପ୍ତାନି ସହିତ ଶୀର୍ଷରେ ରହିଛି। କମ୍ପାନୀ ଗତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁନ୍‌ ତ୍ରୈମାସିକରେ ୬୮,୯୮୭ ୟୁନିଟ ଯାତ୍ରୀବାହୀ ଯାନ ରପ୍ତାନି କରିଥିଲା। ସେହିଭଳି ହ୍ୟୁଣ୍ଡାଇ ମୋଟର ୨୦୨୩-୨୪ ବର୍ଷରେ ୩୫,୧୦୦ୟୁନିଟ୍‌ ଗାଡ଼ି ରପ୍ତାନିଚ କରିଥିବା ବେଳେ ୨୦୨୨-୨୩ ବର୍ଷର ସମାନ ଅବଧିରେ ୩୪,୫୨୦ ୟୁନିଟ୍‌ ଥିଲା। ଏପରିକି କିଆ ଇଣ୍ଡିଆ ୨୨,୫୧୧ ୟୁନିଟ୍‌ ଗାଡ଼ି ବିଦେଶକୁ ପଠାଇଥିଲାବେଳେ ୨୦୨୨ ସମାନ ଅବଧି ମଧ୍ୟରେ କମ୍ପାନୀ ୨୧,୪୫୯ ୟୁନିଟ୍‌ ଗାଡ଼ି ରପ୍ତାନୀ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri