Categories: ଜାତୀୟ

୫୦୦ ମିଟର ଗଭୀର ଖାଇରେ ଖସିଲା ଗାଡି, ୯ ମୃତ

ଡେରାଡୁନ୍‌,୧୭।୧୧: ଉତ୍ତରାଖଣ୍ଡର ନୌନିତାଲରେ ଶୁକ୍ରବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ନୌନିତାଲର ଅଖଳକାଣ୍ଡା ବ୍ଲକର ଛିଡାଖାନା-ରିଠାସାହିବ ମୋଟର ରାସ୍ତାରେ ଏକ ଟ୍ୟାକ୍ସି ଗାଡି ଏକ ଗଭୀର ଖାଲରେ ଖସିପଡିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗ୍ରାମବାସୀ ଆହତମାନଙ୍କୁ ଖାଇରୁ ବାହାର କରିଥିଲେ। ଦୁର୍ଘଟଣା ସମୟରେ ଗାଡିରେ ୧୧ ଜଣ ଯାତ୍ରୀ ଥିଲେ। ଏହି ଘଟଣା ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ଘଟିଥିବା କୁହାଯାଉଛି।

Share