ଭୁବନ, ୧୯।୫(ଡି.ଏନ୍.ଏ.): ଢେଙ୍କାନାଳ ଏସ୍ପି ଏଲ୍. ଦିବ୍ୟା ଭି.ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର ଭୁବନ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଛି। ରଗଡ଼ି ଛକ, କାଳୀବଜାର, ବାଇପାସ୍ ଏବଂ କଲେଜ ଛକରେ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ନାକାବନ୍ଦୀ କରାଯାଇ ଯାଞ୍ଚ କରାଯାଇଥିଲା। ନିୟମ ଉଲ୍ଲଂଘନ ଅଭିଯୋଗରେ ମୋଟ ୪୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଏଥିସହ ଗୋଟିଏ ଟ୍ରକ୍ ଏବଂ ୪ ବାଇକ୍ ଜବତ ହୋଇଛି। ନିଶା ସେବନ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ବେପରୁଆ ଗାଡ଼ିଚାଳନା କାରଣରୁ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହା ଉପରେ ଅଙ୍କୁଶ ଲଗାଇବା ପାଇଁ ଏଭଳି ଅଭିଯାନ ଆରମ୍ଭ କରାଯାଇଛି। ଆଗକୁ ଏହାକୁ ଆହୁରି ଜୋର୍ଦାର କରାଯିବ ବୋଲି ଥାନାଧିକାରୀ କହିଛନ୍ତି।