ଯାନବାହାନ ଯାଞ୍ଚ କଡାକଡି: ଗୋଟିଏ ଦିନରେ ୫ ଲକ୍ଷ ୧୬ ହଜାର ଜରିମାନା ଆଦାୟ

ଆନନ୍ଦପୁର,୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଏମଭିଆଇ ଓ ଘସିପୁରା ପୋଲିସର ମିଳିତ ଯାନବାହାନ ଯାଞ୍ଚ କଡାକଡି ହୋଇଛି। ଆନନ୍ଦପୁରର ସୁଡୁସୁଡିଆଠାରେ ଚାଲିଥିବା ଯାଞ୍ଚର ଗୋଟିଏ ଦିନରେ ୫ ଲକ୍ଷ ୧୬ହଜାର ଜରିମାନା ଆଦାୟ ହୋଇଛି। ଏହା ସହିତ ୧୧ଟି ଗାଡିର ଚାଲାଣ ମଧ୍ୟ କଟାଯାଇଛି। ବିନା କାଗଜ ପତ୍ର, ବିନା ହେଲମେଟରେ ଗାଡି ଚାଳନା କରିଥିବା ଚାଳକଙ୍କ ନିକଟରୁ ଜରିମାନା ଆଦାୟ ହୋଇଥିବା ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୁୟାଁ ସୂଚନା ଦେଇଛନ୍ତି। ଏହା ସହିତ ଜଣେ ନାବାଳକ ଗାଡି ଚାଳକଙ୍କୁ ୪୩ ହଜାର ଜରିମାନା କରାଯାଇଛି। ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷା ଦେବା ଏବଂ ମଦ୍ୟନ ଚାଳକଙ୍କୁ ସାବାଡ କରିବା ଲକ୍ଷରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Share