ଆଜିଠୁ ୩ ଜିଲାରେ ଗାଡ଼ି ବିକ୍ରି, ପଞ୍ଜୀକରଣ

ଭୁବନେଶ୍ୱର,୧ା୬(ବ୍ୟୁରୋ): ରାଜ୍ୟର ୩ ଜିଲା ସୁନ୍ଦରଗଡ଼, ନୂଆପଡ଼ା ଓ ଗଜପତିରେ ମଙ୍ଗଳବାରଠାରୁ ନୂଆ ଗାଡ଼ି ପଞ୍ଜୀକରଣ ଆରମ୍ଭ ହେବ। ଏସବୁ ଜିଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଗାଡ଼ି ଶୋ’ରୁମ୍‌ ଖୋଲିବା ସହ ଗାଡ଼ି ପଞ୍ଜୀକରଣ ନିମନ୍ତେ ଅନୁମତି ଦିଆଯାଇଛି। ଏନେଇ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଟୁଇଟ୍‌ କରାଯାଇଛି। ଉକ୍ତ ୩ ଜିଲାରେ ସଂକ୍ରମଣ ହ୍ରାସକୁ ଦେଖି ରାଜ୍ୟ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ସୋମବାରରୁ ଶୁକ୍ରବାର ଦିନ ୭ଟାରୁ ୧ଟା ଯାଏ ମଲ୍‌ ଓ ସେଲୁନ୍‌ ବ୍ୟତୀତ ଅନ୍ୟ ଦୋକାନ ଖୋଲା ଯାଇପାରିବ ବୋଲି ରବିବାର ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି। ତେବେ ଗାଡ଼ି ଶୋ’ରୁମ୍‌ ଖୋଲାଯିବା ନେଇ ଅନୁମତି ମିଳିବା ପରେ ପରିବହନ ବିଭାଗ ପକ୍ଷରୁ ବିକ୍ରି ସହ ପଞ୍ଜୀକରଣ ଅନୁମତି ପ୍ରଦାନ କରାଯାଇଛି। ଅନ୍ୟ ଜିଲାଗୁଡ଼ିକରେ କଟକଣା ରହିଥିବାରୁ ଗାଡ଼ି ଶୋ’ରୁମ୍‌ ବନ୍ଦ ରହିଥିବାବେଳେ ବିକ୍ରି ଓ ପଞ୍ଜୀକରଣ ହୋଇପାରୁନି।

Share