ଯାନବାହନ ବିକ୍ରି ୨୨ % ବଢ଼ିଲା

ଭୁବନେଶ୍ୱର,୩।୧୦ (ବ୍ୟୁରୋ): ଲକ୍‌ଡାଉନ ଓ ଶଟ୍‌ଡାଉନ ଯୋଗୁ ଯାନବାହନ ବିକ୍ରି ଅତି ମାତ୍ରାରେ ପ୍ରଭାବିତ ହୋଇଥିଲା। ତେବେ ସେପ୍ଟେମ୍ବରରେ ୨୨ ପ୍ରତିଶତ ଅଧିକ ଯାନ ବିକ୍ରି ହୋଇଥିବା ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବରରେ ୪୯ ହଜାର ଗାଡି ବିକ୍ରି ହୋଇଛି। ଲକ୍‌ଡାଉନ ଉଠିବା ପରେ ଜୁନ୍‌ରେ ୪୩,୩୧୯ ଯାନ ବିକ୍ରି ହୋଇଥିବା ବେଳେ ଜୁଲାଇରେ ଏହା ୩୯,୨୧୩କୁ ହ୍ରାସ ପାଇଥିଲା। ସେହିପରି ଅଗଷ୍ଟରେ ଯାନବାହନ ବିକ୍ରି ୪୦,୩୭ରେ ସୀମିତ ରହିଥିଲା। ସେପ୍ଟେମ୍ବରରେ ୯ ହଜାର ଅଧିକ ଗାଡି ବିକ୍ରି ହୋଇଛି। ସେଥିରୁ ୪.୮ ହଜାର ପରିବହନ ଯାନ ପଞ୍ଜୀକୃତ ହୋଇଥିବା ବେଳେ ୪୪ ହଜାର ଅଣପରିବହନ ଯାନ ଭାବେ ପଞ୍ଜୀକୃତ ହୋଇଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ସମୁଦାୟ ଯାନରୁ ୩୬ ହଜାର ଦୁଇ ଚକିଆ ହୋଇଥିବା ବେଳେ ୪,୨୫୭ କାର ୧,୫୬୯ଟି ଟ୍ରାକ୍ଟର ପଞ୍ଜୀକୃତ ହୋଇଛି। ଅକ୍ଟୋବର ଓ ନଭେମ୍ବରରେ ଦଶହରା ଓ ଦୀପାବଳି ଥିବାରୁ ଯାନବାହନ ବିକ୍ରି ବୃଦ୍ଧି ପାଇବ ବୋଲି ଏସ୍‌ଟିଏ ଆଶା ରଖିଛି।

Share