ଅକ୍ଟୋବରରେ ଯାନ ବିକ୍ରି ୫% ବଢ଼ିଲା

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ବର୍ଗ ଯାନ ବିକ୍ରିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି। ଅକ୍ଟୋବର ମାସରେ ନୂଆ ଯାନ ବିକ୍ରି ବଢ଼ିବା ଯୋଗୁ ସେପ୍ଟେମ୍ବର ତୁଳନାରେ ପଞ୍ଜୀକରଣ ୫% ବୃଦ୍ଧି ପାଇଛି। ମାତ୍ର ଗତ ବର୍ଷ ଅକ୍ଟୋବର ବିକ୍ରିକୁ ତୁଳନା କଲେ ଚଳିତ ବର୍ଷ ସମାନ ସମୟରେ ବିକ୍ରି ୨୪% ନିମ୍ନରେ ରହିଛି। ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଫାଡା) ପକ୍ଷରୁ ମିଳିଥିବା ଡାଟା ମୁତାବକ, ଗତ ବର୍ଷ ଅକ୍ଟୋବର ତୁଳନାରେ ୨ ଚକିଆ ଯାନ ବିକ୍ରି ୨୬% ନିମ୍ନରେ ରହିଛି। ଗତ ବର୍ଷ ଏହି ବର୍ଗରେ ବିକ୍ରି ୧୪.୨୩ ଲକ୍ଷ ୟୁନିଟ ରହିଥିଲା ବେଳେ ଚଳିତ ବର୍ଷ ଏହା ୧୦.୪୧ ଲକ୍ଷ ୟୁନିଟ ରହିଛି। ୩ ଚକିଆ ବର୍ଗରେ ୬୪.୦୫% ବିକ୍ରି ହ୍ରାସ ଦେଖାଯାଇଛି। ଏହା ଗତ ବର୍ଷ ଅକ୍ଟୋବରରେ ୬୩,୦୪୨ ୟୁନିଟ ଥିବା ବେଳେ ଚଳିତ ବର୍ଷ ସମାନ ମାସରେ ୨୨,୩୮୧ ୟୁନିଟକୁ ଖସିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୩୦.୩୨% ହ୍ରାସ ପାଇଛି। କେବଳ ଯାତ୍ରୀବାହୀ ଯାନ ବର୍ଗରେ ବିକ୍ରି ୮.୮୦% ନିମ୍ନରେ ରହିଛି। ଟ୍ରାକ୍ଟର ବିକ୍ରି ୫୫.୫୩% ଊର୍ଦ୍ଧ୍ୱରେ ରହିଥିବା ଜଣାପଡ଼ିଛି।
ଗତବର୍ଷ ଅକ୍ଟୋବର ନବରାତ୍ରି ଏବଂ ଦିଓ୍ବାଲି ବିକ୍ରି ତୁଳନାରେ ଚଳିତ ବର୍ଷ ବିକ୍ରି ସମାନ ସ୍ଥିତିରେ ନାହିଁ। ଶୋ’ରୁମ୍‌ଗୁଡିକୁ ଯାନ କ୍ରୟ କରିବା ନେଇ ଲୋକଙ୍କ ଯିବା ଆସିବା ବଢିଛି ହେଲେ ସେହି ବିକ୍ରି ସମ୍ପୂର୍ଣ୍ଣ ଉନ୍ନତ ହୋଇପାରିନାହିଁ। ଫାଡା ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ସେପ୍ଟେମ୍ବର ତୁଳନାରେ ଅକ୍ଟୋବରେ ବିକ୍ରି ସାମାନ୍ୟ ବଢିଛି। ମାତ୍ର ପୂର୍ବବର୍ଷ ତୁଳନାରେ ବିକ୍ରି ସମ୍ପୂର୍ଣ୍ଣ ଟ୍ରାକ୍‌କୁ ଫେରିନି। ଯାତ୍ରୀବାହୀ ବର୍ଗରେ ନୂଆ ଯାନଗୁଡ଼ିକର ବଜାର ପ୍ରବେଶ ଚାହିଦା ବଢାଇବା ଦିଗରେ ସହାୟକ ହୋଇଛି। ବଜାର ସ୍ଥିତି ଭଲ ରହିଥିବା ୪୩% ଡିଲର ମତ ରଖିଛନ୍ତି। ସେହିଭଳି ନଗଦ ସୁବିଧା ଉନ୍ନତ ରହିଥିବା ୪୩.୫% ଡିଲର କହିଛନ୍ତି। ସୂଚନାଯୋଗ୍ୟ ଲକ୍‌ଡାଉନ ଲାଗୁ ହେବା ଯୋଗୁ ଯାନ କିଣିବା ଲାଗି ଲୋକଙ୍କର କ୍ରୟ ମନୋଭାବରେ ପରିବର୍ତ୍ତନ ହୋଇଛି। ବଜାରରେ ଚାହିଦା ପ୍ରଭାବିତ ସ୍ଥିତିରେ ରହିଛି। ଲକ୍‌ଡାଉନ କଟକଣା ଉଠିବା ପରେ ଲୋକମାନେ ପୁଣି ଥରେ ଶୋ’ରୁମ୍‌କୁ ଯାଇ ଯାନ ସମ୍ପର୍କରେ ଅନୁସନ୍ଧାନ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇପିଏନ୍‌ବିଓଏର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ

ଭୁବନେଶ୍ୱର,୧୬।୧୧: ଅଲ ଇଣ୍ଡିଆ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଅଫିସର୍ସ ଆସୋସାଏଶନ (ଏଆଇପିଏନ୍‌ବିଓଏ)ର ୫ମ ବାର୍ଷିକ କ୍ରୀଡ଼ା ସମ୍ମିଳନୀ ଶୁକ୍ରବାର ସମ୍ବଲପୁରର ରେଲୱେ ୟାର୍ଡ ଗ୍ରାଉଣ୍ଡ୍‌ଠାରେ ଆରମ୍ଭ...

ଚାନ୍ଦି ଭଣ୍ଡାରର ନୂତନ ଅଭିଯାନ

ଭୁବନେଶ୍ୱର,୧୬।୧୧: ରାଜ୍ୟର ଅଗ୍ରଣୀ ରୁପା ରିଟେଲ ଚେନ୍‌ ‘ଚାନ୍ଦି ଭଣ୍ଡାର’ର ବହୁ ପ୍ରତୀକ୍ଷିତ ତଥା ନୂତନ ଅଭିଯାନ (କ୍ୟାମ୍ପେନ) ‘ୱେଡିଂ ଷ୍ଟୋରିଜ୍‌ ବାୟ ଚାନ୍ଦି ଭଣ୍ଡାର’...

ଜିଓ ୱାଲର୍‌ଡ ପ୍ଲାଜାରେ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ୍‌

ମୁମ୍ବାଇ,୧୬।୧୧ (ଅଭୟ ଦାଶ): ରିଲାଏନ୍ସ ରିଟେଲର ବିୟୁଟି ରିଟେଲ ଚେନ ତଥା ପ୍ରିମିୟମ ବ୍ରାଣ୍ଡ ‘ଟିରା’ର ଏକ୍ସକ୍ଲୁସିଭ ଆଉଟଲେଟ ମୁମ୍ବାଇର ଜିଓ ୱାଲର୍‌ଡ ପ୍ଲାଜାଠାରେ ଉଦ୍‌ଘାଟିତ...

୭.୨% ହାରରେ ଅର୍ଥନୀତି ଅଭିବୃଦ୍ଧି ଆକଳନ

ଭୁବନେଶ୍ୱର,୧୬ା୧୧(ଅନୁରାଧା ମହାରଣା): ଭାରତୀୟ ଅର୍ଥନୀତି ଭଲ ସ୍ଥିତିରେ ଅଛି ଏବଂ ୨୦୨୪ କ୍ୟାଲେଣ୍ଡର ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୨୫ରେ ୬.୬ ପ୍ରତିଶତ ବୃଦ୍ଧି ପାଇବ...

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI, ବଢ଼ିଲା ଏସବୁର EMI…

ନୂଆଦିଲ୍ଲୀ,୧୫।୧୧: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ଦେଲା ବଡ଼ ଝଟ୍‌କା। ବ୍ୟାଙ୍କ ଏହାର ମାର୍ଜିନାଲ କଷ୍ଟ ବେଶ୍ଡ ଲେଣ୍ଡିଂ ରେଟ୍ସ(MCLR) ହାରରେ ବୃଦ୍ଧି...

ଜେଡ୍‌ ବ୍ଲାକ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ଗୋଲ୍ଡ ପାର୍ଟନର

ନୂଆଦିଲ୍ଲୀ,୧୫।୧୧:ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ମହୀଶୂର ଦୀପ ପରଫ୍ୟୁମେରି ହାଉସ(ଏମ୍‌ଡିପିଏଚ୍‌)ର ପ୍ରମୁଖ ବ୍ରାଣ୍ଡ ଜେଡ୍‌ ବ୍ଲାକ୍‌ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ପୁଣି କମିଲା ସୁନାଦର: ଜାଣନ୍ତୁ ଏବେ କେତେ ଟଙ୍କା

ନୂଆଦିଲ୍ଲୀ,୧୫।୧୧:କ୍ରମାଗତ ଭାବେ ଘରୋଇ ବଜାରରେ ଉଭୟ ସୁନା ଓ ରୁପା ମୂଲ୍ୟରେ ପରିବର୍ତ୍ତନ ହେଉଛି। ଏପରିକି ଡଲାର ସୂଚକାଙ୍କରେ କ୍ରମାଗତ ବୃଦ୍ଧି ଏବଂ ଆମେରିକୀୟ ବଣ୍ଡ...

ଏକମାତ୍ର ଭାରତୀୟ ଭାବେ ଏମିତି କାର୍‌ନାମା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୧୫।୧୧:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୁଣି ଥରେ କେବଳ ଦେଶରେ ନୁହେଁ, ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଉଦ୍ୟୋଗପତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri