ନୂଆଦିଲ୍ଲୀ,୯।୮: ଚଳିତ ବର୍ଷର ପାର୍ବଣକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ସେମାନଙ୍କର ନୂଆ ନୂଆ ମଡେଲ୍ର ଉନ୍ମୋଚନ କରାଉଛନ୍ତି। ଫଳରେ ଆଗାମୀ ପାର୍ବଣ ଋତୁରେ ଉଭୟ କାର୍ ଓ ବାଇକ ବିକ୍ରିରେ ବଡ଼ ଧରଣର ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଚଳିତ ପାର୍ବଣ ଋତୁ ରାଖୀ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଦୀପାବଳି ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ପାର୍ବଣ ସମୟରେ ଅଧିକ ଗାଡ଼ି ବିକ୍ରି ହୋଇଥାଏ। ହେଲେ କୋଭିଡ ଯୋଗୁ ଗତ କିଛି ବର୍ଷ ହେବ ଗାଡି ବିକ୍ରିର ସଂଖ୍ୟା ବ୍ୟାପକ ପରିମାଣରେ ହ୍ରାସ ଘଟିଛି। ଅପରପକ୍ଷରେ ଚଳିତ ବର୍ଷ ପାର୍ବଣରେ ଯାନ ବିକ୍ରି ସଂଖ୍ୟା ପୂର୍ବ ବର୍ଷ ଅପେକ୍ଷା ଅଧିକ ରହିବ ବୋଲି ଫାଡାର ସଭାପତି ଭିଙ୍କେଶ ଗୁଲାଟି ମତବ୍ୟକ୍ତ କରିଛନ୍ତି।