ନ୍ୟୁୟର୍କରେ ଜଳ ପ୍ରଳୟ

ନ୍ୟୁୟର୍କ,୧୧।୭: ସାରା ବିଶ୍ୱରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛିି। ଏହି ସମୟରେ ଆମେରିକାର ନ୍ୟୁୟର୍କ ସିଟିରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଆମେରିକାର ଧନୀ ରାଜଧାନୀ ନ୍ୟୁୟର୍କରେ ଲଗାଣ ବର୍ଷା ଯୋଗୁ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି। ଜାତୀୟ ପାଣିପାଗ ସେବା ନ୍ୟୁୟର୍କର ଦକ୍ଷିଣ-ପୂର୍ବର କିଛି ଅଂଶକୁ ଭୀଷଣ ବନ୍ୟା(ଫ୍ଲସ ଫ୍ଲଡ) ପରିସ୍ଥିତି ସତର୍କ ସୂଚନା ଜାରି କରିିଛି। ହଡସନ ଭ୍ୟାଲିରେ ଭୀଷଣ ବନ୍ୟା ପରିସ୍ଥିତି ପରେ ନ୍ୟୁୟର୍କ ସହର ଦ୍ୱିତୀୟ ଦିନ ପାଇଁ ବୁଡ଼ି ରହିଥିଲା। ରାଜ୍ୟପାଳ କ୍ୟାଥୀ ହୋଚୁଲ କହିଛନ୍ତି, ନ୍ୟୁୟର୍କରେ ଜଳ ପ୍ରଳୟ ଦେଖିବାକୁ ମିଳିଛି। ଲୋକେ ବାସସ୍ଥାନ ହରେଇବା ସହ ସେମାନଙ୍କର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଛି। ପ୍ରବଳ ବର୍ଷା ହେତୁ ଘର ବୁଡିଯିବା ସହ ଅନେକ ଲୋକ ନିଖୋଜ ଥିବା ସୂଚନା ମିଳିଛି।

Share