Advertisement

୨୦୨୩ରେ ଗାଡ଼ି ବିକ୍ରି ୧୧% ବୃଦ୍ଧି

ନୂଆଦିଲ୍ଲୀ,୧।୧ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗାଡ଼ି ବିକ୍ରି( ଅଟୋ ସେଲ୍‌ସ) ରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଏପରିକି ପ୍ରି-କୋଭିଡ୍‌ ଲେବଲକୁ ବାର୍ଷିକ ଯାନ ବିକ୍ରୟ ସଂଖ୍ୟା ଯାଉଥିବାବେଳେ ବାହାନ୍‌ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଦର୍ଶାଇଛି ଯେ ୨୦୨୩ କ୍ୟାଲେଣ୍ଡର ବର୍ଷରେ ଗାଡ଼ି ରେଜିଷ୍ଟ୍ରେଶନ ୧୧%ରୁ ଅଧିକ ବୃଦ୍ଧି ପାଇ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୩.୯ ମିଲିୟନରେ ପହଞ୍ଚତ୍ଛି। ବିଶେଷ କରି ପ୍ରି-କୋଭିଡ୍‌ ଇୟର (୨୦୧୯ବର୍ଷ) ରେ ବିକ୍ରି କରାଯାଇଥିବା ୨୪.୧୭ ମିଲିୟନ୍‌ ଗାଡି ତୁଳନାରେ ଚଳିତ ବର୍ଷର ରେଜିଷ୍ଟ୍ରେଶନ ସଂଖ୍ୟା ଏ ପର୍ଯ୍ୟନ୍ତ ୧% ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ୩୧ ଅପରାହ୍ନ ୩.୦୦ ଘଟିକା ସୁଦ୍ଧା ଅପଡେଟ୍‌ ହୋଇଥିବା ବାହାନ୍‌ ଡାଟା ଉପରେ ଆଧାରିତ ହୋଇଛି, ୨୦୨୨କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୨୧.୫ ମିଲିୟନ୍‌ ୟୁନିଟ୍‌ ଥିବାବେଳେ ୨୦୨୧କ୍ୟାଲେଣ୍ଡର ବର୍ଷରେ ଏହି ସଂଖ୍ୟା ୧୮.୯ ମିଲିୟନରେ ରହିଥିଲା। ଅପରପକ୍ଷରେ ଯାତ୍ରୀବାହୀ ଯାନ ପାଇଁ ଚଳିତ ବର୍ଷ ବେଶ ଭଲ ଥିଲାବେଳେ ଡିଲରସ୍ତରରେ ୬,୫୦,୦୦୦ ୟୁନିଟ୍‌ର ଏକ ତାଲିକା ସହିତ ନୂତନ ବର୍ଷ ଆରମ୍ଭ କରିବାକୁ ଯାଉଛି।
ଏ ସମ୍ପର୍କରେ ଫେଡେରେଶନ୍‌ ଅଫ୍‌ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏଶନ୍‌ (ଫାଡା)ର ସଭାପତି ମନୀଷ ରାଜ ସିଙ୍ଗାନିଆ କହିଛନ୍ତି, ମୋଟାମୋଟି ଭାବେ ଅଟୋ ଶିଳ୍ପ ପାଇଁ ୨୦୨୩ ବର୍ଷ ଭଲ ଥିଲାବେଳେ ବିଶେଷକରି ଯାତ୍ରୀବାହୀ ଯାନ ପାଇଁ ଚଳିତ ବର୍ଷ ବହୁତ ଭଲ ରହିଛି। ଏପରିକି ଆମେ ପ୍ରତି ମାସରେ ସର୍ବୋତ୍ତମ ରେକର୍ଡ ଦେଖୁଥିଲୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share