ଭେଣ୍ଡି ଦୋପିଆଜା

ଆବଶ୍ୟକ ସାମଗ୍ରୀ: ଭେଣ୍ଡି- ୫୦୦ଗ୍ରାମ୍‌, ଅଦା- ୧ ଇଞ୍ଚ, ପିଆଜ- ୨ଟି ବଡ଼, ଜିରା- ୧ ଚାମଚ, ହଳଦୀ ଗୁଣ୍ଡ- ଅଧା ଚାମଚ, ଲଙ୍କା ଗୁଣ୍ଡ ଓ ଲୁଣ- ସ୍ବାଦ ଅନୁସାରେ, ତେଲ- ୩ ଚାମଚ
ପ୍ରଣାଳୀ: ପ୍ରଥମେ ଭେଣ୍ଡିକୁ ଭଲଭାବେ ଧୋଇ କାଟି ରଖନ୍ତୁ। ଅଦାକୁ ଚୋପା ଛଡ଼ାଇ ବାଟି ଦିଅନ୍ତୁ ଏବଂ ପିଆଜକୁ ଛୋଟ ଛୋଟ କାଟି ରଖନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଏହାପରେ ପିଆଜ ପକାଇ ହାଲ୍‌କା ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇ ଆସିଲେ ସେଥିରେ ଅଦା ପେଷ୍ଟକୁ ପକାଇ କମ୍‌ ଆଞ୍ଚରେ କଷନ୍ତୁ। ଅଦା କଷି ହୋଇଯିବା ପରେ ସେଥିରେ ଭେଣ୍ଡି ପକାଇ ଲୁଣ, ହଳଦୀ ଓ ଲଙ୍କାଗୁଣ୍ଡ ପକାନ୍ତୁ। କମ୍‌ ଆଞ୍ଚରେ ଭେଣ୍ଡିକୁ ମସଲାରେ ମିଶାଇ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାପରେ ଭେଣ୍ଡି ସିଝି ଆସିଲେ ଓହ୍ଲାଇ ଦିଅନ୍ତୁ। ରୁଟି କିମ୍ବା ପରଟା ସହିତ ଭେଣ୍ଡି ଦୋପିଆଜା ଖାଇବାକୁ ବହୁତ ଭଲ ଲାଗେ।