ଗୁପ୍‌ଚୁପ୍‌ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି

ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ ଜଣେ ଗୁପ୍‌ ଚୁପ୍‌ ବିକାଳିଙ୍କ ଠେଲାଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ରଣକଳା ଝିଲ୍‌ ନିକଟରେ ବିକାଳିଙ୍କର ଠେଲାଗାଡ଼ି ପ୍ରତିଦିନ ସକାଳେ ଆସି ଲାଗୁଥିଲା। ବ୍ୟକ୍ତି ଜଣକ ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ଲୋକେ ଉତ୍ୟକ୍ତ ହୋଇ ସମ୍ପୃକ୍ତ ଗୁପ୍‌ଚୁପ୍‌ ବିକାଳିଙ୍କୁ ପିଟିବା ସହିତ ଏପରି କରିଛନ୍ତି।

Share