ଏକଦା ଭେନେଜୁଏଲା ସବୁଠାରୁ ଧନୀ ଦେଶ ତାଲିକାରେ ରହିଥିଲା। କିନ୍ତୁ ଏବେ ଏହି ଦେଶର ମୁଦ୍ରାର ମୂଲ୍ୟ ବହୁତ କମ୍। ତେଣୁ ଏଠାରେ ଏକ କପ୍ ଚା ବା କଫି ପିଇବା ପାଇଁ ବହୁତ ଟଙ୍କା ଦେବାକୁ ପଡ଼ିଥାଏ। ବର୍ତ୍ତମାନ ଏହି ସମସ୍ୟାକୁ ଦୂର କରିବା ପାଇଁ ଏଠାକାର ସରକାର ଏକ ବଡ଼ ନୋଟ୍ ବାହାର କରିବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଭେନେଜୁଏଲା ଟଙ୍କା ପେପର ମଧ୍ୟ ବାହାରୁ ମଗାଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଏକ ଇଟାଲୀ କମ୍ପାନୀଠାରୁ ୭୧ ଟନ୍ ସିକ୍ୟୁରିଟ ପେପର କିଣି ସାରିଛି। ଭେନେଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ୧୦୦,୦୦୦ ବଲିଭର୍ ନୋଟ ଜାରି କରିବାକୁ ଯାଉଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ମୂଲ୍ୟ ବିଶିଷ୍ଟ ନୋଟ ହେବ। ମାତ୍ର ଏହି ୧ ଲକ୍ଷ ଭଲିଭର ନୋଟର ମୂଲ୍ୟ ମାତ୍ର ୦.୨୩ ଡଲାର ହେବ। ଅର୍ଥାତ୍ ଏତିକି ଟଙ୍କାରେ କେବଳ ୨ କେଜି ଆଳୁ କିଣାଯାଇ ପାରିବ।
ଗତବର୍ଷ ଭେନେଜୁଲାରେ ମୁଦ୍ରାସ୍ପୀତ ୨୪୦୦ ପ୍ରତିଶତ ଥିଲା। ତେଣୁ ସରକାର ୫୦,୦୦୦ ଭଲିଭର ନୋଟ ଛାପିଥିଲା। ଏବେ ତାଠାରୁ ଆହୁରି ବଡ଼ ନୋଟ ଆଣିବାକୁ ଯୋଜନା କରିଛି।