୧୧୩ ବର୍ଷରେ ବି ନେଇନାହାନ୍ତି ଔଷଧ

କାରାକାସ,୨୬।୫: ଭେନେଜୁଏଲାର ଜୁଆନ ଭିସେଣ୍ଟ ପେରେଜ ମୋରାଙ୍କୁ ବିଶ୍ୱର ସବୁଠୁ ବୟସ୍କ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ଶୁକ୍ରବାର ୧୧୩ ବର୍ଷରେ ପଦାର୍ପଣ କରୁଥିବା ମୋରାଙ୍କୁ ଗତ ସପ୍ତାହରେ ଗିନିଜ୍‌୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ମିଳିଛି। ଏବେ ବି ତାଙ୍କ ସ୍ବାସ୍ଥ୍ୟା ଭଲ ରହିଥିବା ବେଳେ ସେ କେବେ ଔଷଧ ନେଇ ନ ଥିବା ଜଣାପଡ଼ିଛି। ପେରେଜ ମୋରାଙ୍କର ୪୧ ନାତିନାତୁଣୀ ସାଙ୍ଗକୁ ୧୮ ଅଣନାତି ଓ ୧୨ ପଣନାତି ଅଛନ୍ତି। ବୟସାଧିକ୍ୟ ଯୋଗୁ ତାଙ୍କର ସାମାନ୍ୟ ରକ୍ତଚାପ ଦେଖାଯାଇଛି ଓ ଶୁଣିବାରେ ସମସ୍ୟା ହେଉଛି। ପୂର୍ବରୁ ସଟୁର୍ନିଓ ଡି ଲା ଫୁଏଣ୍ଟେ ଗର୍ସିଆ ସବୁଠୁ ବୟସ୍କ ବ୍ୟକ୍ତି ଥିଲେ। ୧୧୨ ବର୍ଷ ୩୪୧ ଦିନରେ ଗତ ଜାନୁୟାରୀରେ ତାଙ୍କର ପରଲୋକ ଘଟିଥିଲା।

Share