Categories: ଜାତୀୟ

ହଙ୍ଗାମା କରିଥିବା ଏମ୍‌ପିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୩।୮: ମୌସୁମୀ ଅଧିବେଶନର ଶେଷ ଦିନ (ଅଗଷ୍ଟ ୧୧)ରେ ରାଜ୍ୟ ସଭାରେ ଜୋରଦାର ହଙ୍ଗାମା ହୋଇଥିଲା। ଯାହାକି ଗୃହର ଗାରିମାକୁ ଆଘାତ ଦେଇଛି ବୋଲି ସରକାର କହିଛନ୍ତି। ତେବେ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ ମାର୍ଶାଲ ମାନେ ମହିଳା ଏମ୍‌ପିଙ୍କ ସହ ଅସଦାଚରଣ କରିଥିଲେ। ଏବେ ବିରୋଧ ଏମ୍‌ପିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ଖୁବ ଶୀଘ୍ର ନିଷ୍ପତ୍ତି ହେବ। ସୂଚନାନୁସାରେ, ଏଥିପାଇଁ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ କରାଯାଉଛି। ଏହି ମାମଲା ଅଧିକାର କମିଟିକୁ ପଠାଯାଇପାରେ କିମ୍ବା ଏକ ନୂତନ କମିଟି ମଧ୍ୟ ଗଠନ କରାଯାଇପାରେ।
ଅଧ୍ୟକ୍ଷ ଭେଷଙ୍କୟା ନାଇଡୁ କହିଛନ୍ତି ଯେ, ଗୃହରେ ଉଭୟ ପକ୍ଷଙ୍କୁ ସମାନ ସମ୍ମାନ ଦିଆଯାଉଛି। ମୁଁ ସବୁବେଳେ କହିଛି ଯେ ଗୃହର ସୁଗମ କାର୍ଯ୍ୟ ପାଇଁ ଉଭୟ ଦଳର ସାମୂହିକ ଦାୟିତ୍ୱ ରହିଛି।
ଅନ୍ତିମ ଦିନରେ ରାଜ୍ୟସଭାରେ ବିରୋଧୀ ସାଂସଦଙ୍କର ହୋ-ହାଲ୍ଲା କରିଥିଲେ। ଯାହାର ଭିଡିଓ ମଧ୍ୟ ଏବେ ସରକାର ଜାରି କରିଛନ୍ତି। ଏହି ଭିଡିଓରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଚାଲିଥିଲା। ଯେଉଁଥିରେ ମାର୍ଶଲ ଏବଂ କଂଗ୍ରେସର ମହିଳା ସାଂସଦଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି।

Share