Categories: ଜାତୀୟ

ନିଜ ପ୍ରତିଭା ଜରିଆରେ ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲେ ଭେଙ୍କଟ

ହାଇଦ୍ରାବାଦ୍‌,୯।୭: ଇଚ୍ଛା ଶକ୍ତି ପାଖରେ ହାର ମାନିଛି ଶାରୀରିକ ଅକ୍ଷମତା। ସାଧାରଣ ବ୍ୟକ୍ତିଙ୍କ ଠାରୁ ବି କୌଣସି ଗୁଣରେ କମ ନୁହଁନ୍ତି ତେଲେଙ୍ଗାନାର ଅଟିଷ୍ଟିକ ଗାୟକ କାମିସେଟ୍ଟି ଭେଙ୍କଟ। ନିଜ ପ୍ରତିଭା ଜରିଆରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିଣିଛନ୍ତି। ନିକଟରେ କାମିସେଟ୍ଟି ଭେଙ୍କଟଙ୍କୁ ଭେଟିଛନ୍ତି ମୋଦି। ତାଙ୍କୁ ଭେଟିବା ପରେ ମୋଦି ଏକ ଟୁଇଟ୍‌ କରିଛନ୍ତି। ମୋଦି ଟୁଇଟ୍‌ ଯୋଗେ କହିଛନ୍ତି, ଭେଙ୍କଟ ପ୍ରତିଭାରେ ଭରପୂର, ଯିଏ ତାଙ୍କ ଅକ୍ଷମତାକୁ ଗୀତ ଗାଇବାରେ କ୍ୟାରିୟର କରିବାର ସ୍ବପ୍ନକୁ ଆସିବାକୁ ଦେଇ ନ ଥିଲେ। ସେ ନାଟୁ ନାଟୁ ଗୀତ ଗାଇବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ। ମୁଁ ତାଙ୍କ ଦୃଢତାକୁ ସଲାମ କରୁଛି।
ଏହାପୂର୍ବରୁ ଶନିବାର ପ୍ରଧାନମନ୍ତ୍ରୀ ମୋଦି ୱାରଙ୍ଗାଲର ବାମପନ୍ଥୀ ଉଗ୍ରବାଦରେ ସମ୍ପର୍କୀୟଙ୍କୁ ହରାଇଥିବା ଲୋକଙ୍କ ପରିବାରକୁ ଭେଟିଥିଲେ। ଏହାପୂର୍ବରୁ ବାରଙ୍ଗଲ ଠାରେ ଏକ ଜନ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏବଂ ବିଆରଏସ ସରକାର ତଥା ଦୁର୍ନୀତିକୁ ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଥିଲେ।

Share