Categories: ଖେଳ

ଓଡ଼ିଶାରେ ପହଞ୍ଚିଲେ ଭେଙ୍କଟପତି ରାଜୁ

ଭୁବନେଶ୍ୱର, ୫ା୬(ସ୍ପୋଟର୍‌ସ ବ୍ୟୁରୋ): ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଭେଙ୍କଟପତି ରାଜୁ ଓଡ଼ିଶାରେ ପହଞ୍ଚିଛନ୍ତି। ସୋମବାର ଠାରୁ ଯୁବ ସ୍ପିନର ମାନଙ୍କ ପାଇଁ ଏକ ୧୫ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ରାଜୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଓ ଓସିଏ ସଦସ୍ୟ ଶିବବ୍ରତ ମଲ୍ଲିକ, ଅମିତ ବେହେରା ଭୁବନେଶ୍ୱର ବିମାନ ବନ୍ଦରରେ ରାଜୁଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଅନୁଷ୍ଠିତ ସ୍ପିନର ଟ୍ୟାଲେଣ୍ଟ ହଣ୍ଟ କାର୍ଯ୍ୟକ୍ରମରେ ମୁଖ୍ୟ କୋଚ୍‌ ଦୀନେଶ ମୋଙ୍ଗିଆଙ୍କ ଦ୍ୱାରା ମନୋନୀତ ଖେଳାଳି ମାନେ ଏଥିରେ ଅଂଶଗ୍ରହଣ କରିବେ। ଓସିଏର ସମସ୍ତ ସିନିୟର ଓ ଜୁନିୟର ଦଳର ଚୟନକର୍ତ୍ତା ଏହି ୧୫ ଦିନିଆ ଶିବିରରେ ଯୋଗ ଦେବେ। ଓଡ଼ିଶା ସ୍ପିନରଙ୍କ ସହିତ ରାଜୁଙ୍କ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ବାଗତ କରିଛନ୍ତି ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା।

 

Share