Categories: ଖେଳ

ପାକିସ୍ତାନ ଜର୍ନାଲିଷ୍ଟଙ୍କୁ ଜବାବ ଦେଲେ ଭେଙ୍କଟେଶ ପ୍ରସାଦ

ବାଙ୍ଗଲୋର, ୧୧ା୪- ପୂର୍ବତନ ଭାରତୀୟ ପେସର ଭେଙ୍କଟେଶ ପ୍ରସାଦ ରବିବାର ପାକିସ୍ତାନର ଜଣେ ଜର୍ନାଲିଷ୍ଟଙ୍କୁ ଜବାବ ଦେଇଛନ୍ତି, ଯାହାକି ସୋସିଆଲ ମିଡିଆରେ ଏବେ ପାଲଟିଛି ଚର୍ଚ୍ଚାର କାରଣ। ୧୯୯୬ ବିଶ୍ୱକପ୍‌ର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଅମିର ଶେହେଲଙ୍କୁ କ୍ଲିନ ବୋଲ୍ଡ କରିଥିଲେ ପ୍ରସାଦ। ଏହା ପ୍ରସାଦଙ୍କ କ୍ୟାରିୟରର ଏକମାତ୍ର ସଫଳତା ବୋଲି ଟୁଇଟ୍‌ କରିଥିଲେ ପାକିସ୍ତାନର ସ୍ପୋଟର୍‌ସ ଜର୍ନାଲିଷ୍ଟ ଓ ଆନାଲିସିଷ୍ଟ ନଜୀବ ଉଲ ହାସନେନ।

ଏହାର ଜବାବରେ ପ୍ରସାଦ ଲେଖିଥିଲେ, ଏହା ପରେ ମଧ୍ୟ ମୁଁ ସଫଳତା ପାଇଛି। ୧୯୯୯ ବିଶ୍ୱକପ୍‌ରେ ମାଞ୍ଚେଷ୍ଟର ଠାରେ ପାକିସ୍ତାନ ବିପକ୍ଷରେ ୨୭ ରନ୍‌ ଦେଇ ୫ ଉଇକେଟ ନେଇଥିଲି। ଆଉ ସେମାନେ ୨୨୮ ରନ୍‌ର ଟାର୍ଗେଟରେ ପହଞ୍ଚି ପାରି ନ ଥିଲେ। ଭଗବାନ ତୁମ ମଙ୍ଗଳ କରନ୍ତୁ। ଉଲ୍ଲେଖଯୋଗ୍ୟ, ଟିମ୍‌ ଇଣ୍ଡିଆର ପୂର୍ବତନ ବୋଲିଂ କୋଚ୍‌ ୧୯୯୬ରୁ ୨୦୦୧ ମଧ୍ୟରେ ୩୩ ଟେଷ୍ଟ ଓ ୧୬୧ ଦିନିକିଆ ଖେଳି ଯଥାକ୍ରମେ ୯୬ ଓ ୧୯୬ ଉଇକେଟ ହାତେଇ ଥିଲେ।

Share