Categories: ଖେଳ

ଧୋନୀଙ୍କ ବାଇକ୍‌ କଲେକ୍ସନ ଦେଖି ଭେଙ୍କଟେସ୍‌ ପ୍ରସାଦ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବାଇକ ଏବଂ କାରକୁ ଭଲ ପାଆନ୍ତି। ଧୋନୀଙ୍କ ବାଇକ ପ୍ରତି ଥିବା ଭଲ ପାଇବା ପୂର୍ବରୁ ମଧ୍ୟ ଦେଖାଯାଇଛି। ରାଞ୍ଚିରେ ଧୋନୀଙ୍କ ଘର ଏକ ବିରାଟ ଗ୍ୟାରେଜ ଅଛି,ଯେଉଁଠାରେ ସେ ତାଙ୍କର ସମସ୍ତ ଗାଡି ପାର୍କ କରନ୍ତି। ଏହି ଗ୍ୟାରେଜ୍‌ର ଫଟୋ ପ୍ରାୟତଃ ଭାଇରାଲ ହୋଇଥାଏ। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟର ଭେଙ୍କଟେଶ ପ୍ରସାଦ ଏହି ଗ୍ୟାରେଜର ଭିଡିଓ ଶେୟାର କରିଛନ୍ତି।
ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ନିକଟରେ ତାଙ୍କ ସାଥୀ ତଥା ପୂର୍ବତନ ସ୍ପିନର ସୁନୀଲ ଯୋଶୀଙ୍କ ସହ ରାଞ୍ଚିରେ ଥିବା ଧୋନୀଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସେ ଧୋନୀଙ୍କ ଗ୍ୟାରେଜ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ, ଧୋନୀଙ୍କ ଗ୍ୟାରେଜରେ ବାଇକ ସଂଗ୍ରହକୁ ଦେଖି ପ୍ରସାଦ ଏବଂ ଯୋଶୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓରେ ପ୍ରସାଦ କହିଛନ୍ତି ଯେ, ଏହା ଏକ ବାଇକ ଶୋ’ରୁମ ମଧ୍ୟ ହୋଇପାରେ।
ଧୋନୀଙ୍କୁ ଟୁଇଟର୍‌ରେ ଟ୍ୟାଗ କରି ପ୍ରସାଦ ଲେଖିଛନ୍ତି, ମୁଁ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ଦେଖିଥିବା ସବୁଠାରୁ ବଡ଼ ଉତ୍ସାହ। ମହେନ୍ଦ୍ର ସିଂ ଧୋନୀଙ୍କର ଏକ ଚମତ୍କାର (ବାଇକ) କଲେକ୍ସନ ଅଛି ଏବଂ ସେ ନିଜେ ଜଣେ ଚମତ୍କାର ବ୍ୟକ୍ତି। ଆଉ ଏକ ଅବିଶ୍ୱାସନୀୟ ବ୍ୟକ୍ତି। ରାଞ୍ଚିରେ ଥିବା ତାଙ୍କ ଘରେ। ଭେଙ୍କଟେଶ ପ୍ରସାଦଙ୍କ ଦ୍ୱାରା ଶେୟାର କରାଯାଇଥିବା ଭିଡିଓ ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କ ଦ୍ୱାରା ରେକର୍ଡ କରାଯାଇଥିଲା।

Share