Categories: ବାଣିଜ୍ୟ

ଚାନ୍ଦି ଭଣ୍ଡାର ପକ୍ଷରୁ ଭେନସ୍‌ କଲେକ୍ସନ ଉନ୍ମୋଚିତ

ଭୁବନେଶ୍ୱର,୬।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ (ବ୍ରାଣ୍ଡ୍‌) ଚାନ୍ଦି ଭଣ୍ଡାରର ବହୁ ପ୍ରତୀକ୍ଷିତ ତଥା ଆସନ୍ତା ଭାଲେଣ୍ଟାଇନ୍‌ ଡେ’ଉପଲକ୍ଷେ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ‘ଭେନସ୍‌’ କଲେକ୍ସନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ୱରର ଜୟଦେବ ବିହାରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମରେ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଓଲିଉଡ ଅଭିନେତା ଶୈଳେନ୍ଦ୍ର ଏବଂ ଅଭିନେତ୍ରୀ ଶିବାନୀଙ୍କ ସମେତ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ ଓ ମାଣିକ ହଂସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଅନାବରଣ ସହ ବଜାର ପ୍ରବେଶ କରାଇଥିଲେ। ଅପରପକ୍ଷରେ ଚଳିତ ପ୍ରେମ ଋତୁ (ଭାଲେଣ୍ଟାଇନ ସିଜନ)ର ଆନନ୍ଦକୁ ବଢ଼ାଇବା ପାଇଁ ଚାନ୍ଦି ଭଣ୍ଡାର ପକ୍ଷରୁ ଆକର୍ଷଣୀୟ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ଜରିଆରେ ଗ୍ରାହକ ୯୨.୫ ଷ୍ଟର୍ଲିଂ ଗହଣା କ୍ରୟ ଉପରେ ଆକର୍ଷଣୀୟ ସୁବିଧା ସହ ଗହଣାର ମୋଟ ମୂଲ୍ୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ଦିଆଯାଉଛି, ଏହି ଅଫର ୨୦୨୪ ଫେବୃଆରୀ ୮ରୁ ୧୪ ପର୍ଯ୍ୟନ୍ତ ଉପଲବ୍ଧ।
ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍ସା ହଂସ କହିଛନ୍ତି, ରୋମାନ୍ସ ଏବଂ ସଂଯୋଗ ସହ ସମକକ୍ଷ ଫେବୃଆରୀ ‘ଭେନସ୍‌’ କଲେକ୍ସନ ପାଇଁ ଏକ ପୃଷ୍ଠଭୂମି ଭାବେ କାର୍ଯ୍ୟ କରିଥାଏ। ଏପରିକି ଭାବନାର ଗଭୀରତାକୁ ପ୍ରକାଶ କରିବା ପାଇଁ ଏହି କଲେକ୍ସନରେ ଭଳିକି ଭଳି ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣାର ସମ୍ଭାର ରହିଛି। ବିଶେଷ କରି ପ୍ରିୟଜନଙ୍କୁ କୃତଜ୍ଞତା ଜଣାଇବା ହେଉ କିମ୍ବା ପାରିବାରିକ ପ୍ରେମ ପ୍ରତୀକ କିମ୍ବା ପ୍ରିୟ ବନ୍ଧୁଙ୍କୁ ସମ୍ମାନ ଦେବା, ଆମର କଲେକ୍ସନ ଏ ସବୁ ମୂଲ୍ୟବାନ ସଂଯୋଗଗୁଡ଼ିକର ଭାବକୁ ପ୍ରକାଶ କରିଛି। ସେହିଭଳି ଆମର ସମ୍ପ୍ରସାରଣ ଯୋଜନା ଅନୁଯାୟୀ କଟକରେ ଚାନ୍ଦି ଭଣ୍ଡାରର ଏକ ନୂଆ ଷ୍ଟୋର ଘୋଷଣା କରୁଛୁ, ବହୁ ସଂଖ୍ୟାରେ ଗ୍ରାହକଙ୍କ ନିକଟରେ ଆମର ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ଗହଣାର ଯାଦୁ ପହଞ୍ଚାଇବା ପାଇଁ ଏହା ନିଜ ଉପସ୍ଥିତିକୁ ବିସ୍ତାର କରୁଛି।

Share