ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ଆସିଲା ରାୟ

ଅନୁଗୋଳ ,୨୭।୯:  ଅନୁଗୋଳ ଜିଲା ଆଠମଲ୍ଲିକ ଏଡିଜେ କୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ମାମଲାର ବିଚାର କରି କୋର୍ଟ ୨ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟ ଅଭିଯୁକ୍ତ ହେଲେ ନନ୍ଦ କିଶୋର ସେଠୀ ଓ ପ୍ରକାଶ ବେହେରା।
ମିଳିଥିବା ସୂଚନାମୁତାବକ,  ନନ୍ଦ କିଶୋର ଓ ପ୍ରକାଶ ଦେଢ଼ ଲକ୍ଷ ଟଙ୍କା ହଡ଼ପ କରିବା ପାଇଁ  ସ୍ବାମୀ, ସ୍ତ୍ରୀ ଓ ୪ ବର୍ଷର ପୁଅକୁ ବୀଭତ୍ସ ହତ୍ୟା କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ପରେ ଏହି ମାମଲା ବିଚାରଧୀନ ଥିଲା।  କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ, ଅନୁଗୋଳ ଜିଲା କିଶୋରନଗର ଥାନା ଗମ୍ଭାରୀମଳିଆ ଗାଁରେ ୨୦୧୭ରେ ଏହି ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର ଘଟିଥିଲା।
Share