ଶିଶୁ ଅପହରଣ, ହତ୍ୟା ମାମଲାର ରାୟ ପ୍ରକାଶ: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୫।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଓ ଦୌରା ଜଜ୍‌-୧ ଡ. ଇନ୍ଦୁ ଶର୍ମା ଶୁକ୍ରବାର ବହୁଚର୍ଚ୍ଚିତ ୧ ବର୍ଷର ଶିଶୁ ଅପହରଣ ଏବଂ ହତ୍ୟା ମାମଲାର ୯ ବର୍ଷ ପରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଉପଯୁକ୍ତ ପ୍ରମାଣକୁ ଭିତ୍ତିକରି ବିଚାରପତି ମାମଲାର ମୁଖ୍ୟ ଅଭିଯୁକ୍ତ ନୟାଗଡ଼ ଟାଉନ ଥାନା ଅଧୀନ ହରିହରପୁରର ସିରିୟା ଓରଫ ଶ୍ରୀଧର ମହାପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ପ୍ରମାଣ ଅଭାବରୁ ତାଙ୍କର ସହଯୋଗୀ କୁହାଯାଉଥିବା ଯଶୋଦା ପ୍ରଧାନଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏହାସହ ମୁଖ୍ୟ ଅଭିଯୁକ୍ତଙ୍କୁ ୨୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଜରିମାନା ଅନାଦାୟ ୨ ବର୍ଷ ୮ମାସ ଅତିରିକ୍ତ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୪ ଜୁନ ୨୪ ତାରିଖ ବିଳମ୍ବିତ ରାତିରେ ଶ୍ରୀଧର ଏବଂ ଯଶୋଦା କୁକୁ ପଞ୍ଚାୟତ ଅନ୍ତର୍ଗତ ବଉଳଝୋଲି ଗ୍ରାମରେ ଚୋରି କରିବା ଉଦ୍ଦେଶ୍ୟରେ ବୁଲୁଥିଲେ । ସେତିକିବେଳେ ସେମାନେ ଗ୍ରାମର କଇରା ପାତ୍ରଙ୍କ ଘରେ ପଶିଥିଲେ । କଇରା ତାଙ୍କ ସ୍ତ୍ରୀ ଏବଂ ଏକ ବର୍ଷର ପୁଅ ଅଂଶୁମାନ ପାତ୍ର ଶୋଇଥିଲେ। ହେଲେ ସେମାନେ କୌଣସି କାରଣରୁ କଇରାଙ୍କ ଘରୁ ଚୋରି କରିବାରେ ସକ୍ଷମ ହୋଇ ନ ଥିଲେ । ତେଣୁ ସେମାନେ କଇରାଙ୍କ ଏକ ବର୍ଷର ପୁଅ ଅଂଶୁମାନଙ୍କୁ ଅପହରଣ କରି ନେଇ ଆସିଥିଲେ।

ଅଭିଯୋଗ ପରେ ସଦର ଥାନା ପୋଲିସ ଏକ ମାମଲା(ନଂ.୧୨୩/୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ ନେଇ ସଦର ଥାନା ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଏସ୍‌ଆଇ ସୁଶାନ୍ତ କୁମାର ସାହୁ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ। ବିଚାର ବେଳେ ୪୮ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ରାୟ ପ୍ରକାଶ ବେଳେ ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିବା ଶ୍ରୀଧରଙ୍କୁ କଡ଼ା ସୁରକ୍ଷାରେ କୋର୍ଟରେ ହାଜର କରାଯାଇଥିଲା। ସେହିପରି ଜାମିନରେ ଥିବା ଅନ୍ୟତମ ଅଭିଯୁକ୍ତ ଯଶୋଦା ପ୍ରଧାନଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚାର୍ଜଶିଟକୁ ଆଧାର କରି ଜଜ୍‌ ଇନ୍ଦୁ ଶର୍ମା ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଜ୍ଞାନେନ୍ଦ୍ର ନାଥ ଜେନା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି...

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ସୁବର୍ଣ୍ଣରେଖା ବନ୍ୟାକୁ ୭ ଦିନ, ଭୋକ ଉପାସରେ…

ଭୋଗରାଇ, ୨୧ା୯(ପ୍ରଦୀପ ଦାସ): ସୁବର୍ଣ୍ଣରେଖା ବନ୍ୟାକୁ ୭ଦିନ ପୂରିଛି। ହେଲେ ଅଦ୍ୟାବଧି ଭୋଗରାଇ ବ୍ଲକର ବନ୍ୟା ସ୍ଥିତିରେ ସୁଧାର ଆସିନାହିଁ। ଭୋଗରାଇର ୨୧ ପଞ୍ଚାୟତର ଶତାଧିକ...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri