ବାରାଣସୀ,୯।୧୧: ଜ୍ଞାନବାପି ମସ୍ଜିଦ ପରିସରରେ ମିଳିଥିବା ଶିବଲିଙ୍ଗକୁ ପୂଜା କରିବା ଲାଗି ଅନୁମତି ଦେବା ନିମନ୍ତେ ଦାଏର ପିଟିଶନ ଉପରେ ରାୟ ଘୋଷଣାକୁ ବାରାଣସୀର ଫାଷ୍ଟଟ୍ରାକ୍ କୋର୍ଟ ନଭେମ୍ବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଗତ ଅକ୍ଟୋବର ୨୭ରେ ଅଦାଲତ ଉଭୟ ପକ୍ଷଙ୍କ ଶୁଣାଣି ଶେଷ କରିବା ପରେ ନଭେମ୍ବର ୮ରେ ରାୟ ଘୋଷଣା କରିବେ ବୋଲି କହିଥିଲେ। ତେବେ ସିଭିଲ୍ ଜଜ୍ (ସିନିୟର ଡିଭିଜନ) ଛୁଟିରେ ଥିବାରୁ ରାୟ ଘୋଷଣାକୁ ସ୍ଥଗିତ ରଖାଯାଇଛି।