ନୂତନ ୮୨୦୦ ଇଭିଏମ୍‌ର ଯାଞ୍ଚ ଆରମ୍ଭ

ପୁରୀ ଅଫିସ, ୧୧।୪: ଆଗାମୀ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ହାଇଦ୍ରାବାଦସ୍ଥିତ ଇସିଆଇଏଲ୍‌ କମ୍ପାନୀରୁ ୮୨୦୦ଟି ନୂତନ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ଗତ ୪ତାରିଖରେ କଡ଼ା ସୁରକ୍ଷା ମଧ୍ୟରେ ଆସି ପୁରୀରେ ପହଞ୍ଚତ୍ଥିଲା। ୪୧୦୦ ବାଲାଟ ୟୁନିଟ ଓ ୪୧୦୦ କଣ୍ଟ୍ରୋଲ ୟୁନିଟ ପୁରୀରେ ପହଞ୍ଚତ୍ିବା ପରେ ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ପେଣ୍ଠକଟାସ୍ଥିତ ଇଭିଏମ୍‌ ଗୋଦାମରେ ରଖାଯାଇଛି। ସୋମବାର ଏହି ମେଶିନଗୁଡ଼ିକର ଟେଷ୍ଟିଂ ଆରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ଏହି ଟେଷ୍ଟିଂ ପ୍ରକ୍ରିୟାକୁ ଅନୁଧ୍ୟାନ କରିଛନ୍ତି। ନୋଡାଲ ଅଫିସର ତଥା ପିକେଡିଏ ସେକ୍ରେଟାରୀ ଲଲାଟେନ୍ଦୁ ସାହୁ, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଏବଂ ଓଡ଼ିଶା ପ୍ରଶାସନିକ ସେବାର ପ୍ରୋବେଶନର ଅଧିକାରୀମାନଙ୍କ ତତ୍ତ୍ୱାବଧାନରେ ୬୦ଟି ଟିମ୍‌ ମାଧ୍ୟମରେ ଏହି ଟେଷ୍ଟିଂ କରାଯାଉଛି। ଇସିଆଇଏଲ୍‌ର ସେକ୍ସନ ଅଧିକାରୀ ପୱନ କୁମାର ଭଟ୍ଟ ସୁପରଭାଇଜିଂ ଅଧିକାରୀ ଭାବେ ଯୋଗଦେଇ ମେଶିନଗୁଡ଼ିିକର କାର୍ଯ୍ୟଦକ୍ଷତା ସମ୍ପର୍କରେ ବୁଝାଇବା ସହ ସମସ୍ୟାର ସମାଧାନ କରିବାକୁ ଉପସ୍ଥିତ ରହିଛନ୍ତି। ନୂଆ ମେଶିନ ଆସିଲେ ତାହାର କାର୍ଯ୍ୟକାରିତା ଜାଣିବା ପାଇଁ ଟେଷ୍ଟିଂ କରାଯିବା ଏକ ନିୟମିତ ଓ ସ୍ବାଭାବିକ ପ୍ରକ୍ରିୟା। ଟେଷ୍ଟିଂରେ ଯେଉଁ ମେଶିନରେ ସମସ୍ୟା ଥିବ ତାହାକୁ ଇସିଆଇଏଲର ଇଞ୍ଜିନିୟରମାନେ ସମାଧାନ କରିବେ ବୋଲି ଅତିରିକ୍ତ ଜିଲାପାଳ ସାହୁ କହିଛନ୍ତି। ସେ ଆହୁରି କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଇଭିଏମ୍‌ଗୁଡ଼ିକର ପରୀକ୍ଷା କରାଯାଉଛି। ମେଶିିନ୍‌ ସବୁ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ଇତ୍ୟାଦି ଯାଞ୍ଚ କରାଯିବ। ଏହାପରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ପଠାଯିବ। ଏହି ଟେଷ୍ଟିଂ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମରେ ଜିଲାର ୧୦ ଜଣ ଅଧିକାରୀ ଓ ୬୨ କର୍ମଚାରୀ ସାମିଲ ଥିବାବେଳେ ପିକେଡିଏ ସେକ୍ରେଟାରୀ ନୋଡାଲ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିରେ କୁକୁର କିଣା: ଘରେ ପଶିଲା ଇଡି

ବେଙ୍ଗାଲୁରୁ,୧୮।୪:ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୫୦ କୋଟି ଟଙ୍କାରେ ଆମେରିକାରୁ ଏକ ବିରଳ ପ୍ରଜାତିର ‘ଓ୍ବଲ୍ଫଡଗ୍‌’ କିଣିଥିବା କହିବା ପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ...

ହାଇଦ୍ରାବାଦ୍‌କୁ ହରାଇ ମୁମ୍ବାଇର କ୍ରମାଗତ ଦ୍ୱିତୀୟ ବିଜୟ

ମୁମ୍ବାଇ,୧୭ା୪:  ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ୪ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌)କୁ ପରାସ୍ତ କରିଛି। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୬୩...

ଆଇପିଏଲ୍‌ରେ କଡ଼ାକଡ଼ି ହେବ ବ୍ୟାଟ୍‌ ଯାଞ୍ଚ

ମୁମ୍ବାଇ,୧୭ା୪: ଗତ ସପ୍ତାହରେ ବସିଥିବା ଆଇପିଏଲ୍‌ ଅମ୍ପାୟରଙ୍କ ରିଭ୍ୟୁ ମିଟିଂରେ ବ୍ୟାଟ୍‌ ଯାଞ୍ଚକୁ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ବ୍ୟାଟରଙ୍କ ଇନିଂସ ଆରମ୍ଭ ହେବା...

ବିଫଳତାରୁ ଶିଖିଲେ ସଫଳତା ମିଳିବ

ନୂଆପଡ଼ା,୧୮।୪(ମକାରୁ ବେମାଲ)-ନୂଆପଡ଼ା ଆଦର୍ଶ ଆବାସିକ ବିଦ୍ୟାଳୟର ୯ତମ ବାର୍ଷିକ ଉତ୍ସବ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ...

ସାଇବର ଠକଙ୍କୁ ସହଯୋଗ କରିବା ପଡ଼ିଲା ମହଙ୍ଗା

କେନ୍ଦୁଝର,୧୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସ ପାଟଣା ଥାନା ସାହାରପଡ଼ାରୁ ସାଇବର ଠକଙ୍କୁ ସିମ୍‌କାର୍ଡ ବିକିବା ଅଭିଯୋଗରେ ୩ ଜଣଙ୍କୁ ଗୁରୁବାର ଗିରଫ କରିଛି। ଅଭିଯୁକ୍ତମାନେ...

ସମାନ୍ୟ ବଚସାରୁ ଯୁବକଙ୍କ ନିର୍ମମ ହତ୍ୟା

ଆନନ୍ଦପୁର,୧୭।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ୮ନମ୍ବର ୱାର୍ଡ ବଡ଼ମଳିକ ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାକୁ କେନ୍ଦ୍ର...

କୋଟିଆରେ ଆଧାର କେୱାଇସିକୁ ନେଇ ଦ୍ୱନ୍ଦ୍ୱ

ପଟ୍ଟାଙ୍ଗି,୧୭ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର-ଓଡ଼ିଶାର କାର୍ଯ୍ୟକଳାପକୁ ନେଇ ସୀମାନ୍ତବାସୀ ଦ୍ୱନ୍ଦ୍ୱରେ। କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମ ତଥା...

ଆନ୍ଦୋଳନକୁ ଓହ୍ଲାଇବ ଆଦିବାସୀ ମହାସଂଘ

ପାରଳାଖେମୁଣ୍ଡି,୧୭ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଆବାସିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ ଛାତ୍ର ଋତୁରାଜ ଗମାଙ୍ଗଙ୍କ ଗତ ୧୪ ତାରିଖରେ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image