ପ୍ରେମିକଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ଲାଗିଲା ସିନ୍ଦୁର..

କୋଲକାତା,୩୧।୫: ନାବାଳକ ପ୍ରେମିକ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ସିନ୍ଦୁର ଲଗାଯାଇଛି। ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାରେ ଘଟିଛି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା ପ୍ରେମିକ ଦୁଇ ଭିନ୍ନ ଭିନ୍ନ ସମ୍ପ୍ରଦାୟର। ତେବେ ସେମାନେ ନାବାଳକ ଥିବାରୁ ବିବାହ ନେଇ ସମସ୍ୟା ଉପୁଜିଥିଲା। ପ୍ରେମିକାଙ୍କକ ମା’ ଏହି ବିବାହ ଲାଗି ରାଜି ନ ଥିଲେ। ନାବାଳକ ପ୍ରେମିକ ଫୋନ୍‌ରେ ପ୍ରେମିକାଙ୍କୁ ସେ ଆତ୍ମହତ୍ୟା କରୁଥିବା ସମ୍ପର୍କରେ ଜଣାଇଥିଲେ। ଏହାପରେ ପ୍ରେମିକା ହ୍ବାଟସ୍‌ଆପ୍‌ରେ ନିଜର ଫଟୋ ଶେୟାର କରି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ହସ୍ପିଟାଲରୁ ମୃତଦେହ ଆସିବା ପରେ ପ୍ରେମିକା ବାସ କରୁଥିବା କାଣ୍ଟାପୁକୁର ଅଞ୍ଚଳରେ ପୁଣି ଉତ୍ତେଜନା ଦେଖାଦେଇଥିଲା। ନାବାଳିକା ପ୍ରେମିକାଙ୍କୁ ମୃତଦେହ ପାଖକୁ ଅଣାଯାଇ ଜୋର୍‌ ଜବରଦସ୍ତ ତାଙ୍କ ସିନ୍ଥିରେ ସିନ୍ଦୁର ଲଗାଯାଇଥିଲା। ଏବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Share