କରୋନା ସମୟରେ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ!

ଭର୍ମୋଣ୍ଟ,୪ ।୭: ଆମେରିକାର ଏକ ରାଜ୍ୟ ହେଉଛି ଭର୍ମୋଣ୍ଟ । ନ୍ୟୁ ଇଂଲଣ୍ଡ ଅଞ୍ଚଳରେ ଥିବା ଏହି ରାଜ୍ୟ ବର୍ନି ରେଣ୍ଡର୍ସ, ମ୍ୟାପଲ ସିରପ, ଓ ବେନ ଆଣ୍ଡ ଜେରି ଆଇସକ୍ରିମ ପାଇଁ ବେଶ ଜଣାଶୁଣା । ଏବେ ଘୋଷଣା କରାଯାଇଛି କି କରୋନା ସମୟରେ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ । କାରଣ ଏହି ରାଜ୍ୟ ଆମରିକାର ସବୁଠାରୁ ଅଧିକ ଟିକା ନେଇଥିବା ରାଜ୍ୟ ପାଲଟି ଯାଇଛି । ଆମେରିକାର ସବୁଠାରୁ କମ୍ ଜନସଂଖ୍ୟା ବିଶିଷ୍ଠ ଏହି ଦ୍ୱିତୀୟ ରାଜ୍ୟରେ ପ୍ରାୟ ୮୦ ପ୍ରତିଶତ ଲୋକଙ୍କୁ ଟିକା ଦିଆ ସରିଲାଣି । ହେଲ୍‌ଥ କମିଶନର ମାର୍କ ଲେବିନି କହିଛନ୍ତି ଏବେ ଏହି ଭର୍ମୋଣ୍ଟ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ ପାଲଟି ଯାଇଛି । ମାର୍କ ଆମେରିକା ମହାମରୀ ପରାମର୍ଶଦାତା ଆନ୍ଥୋନି ଫାଉସିଙ୍କ ଟିମ୍‌ରେ କାମ କରୁଛନ୍ତି । ରିପୋର୍ଟରେ କୁହାଯାଛି କି ଉତ୍ତର-ପୂର୍ବ ଗ୍ରାମୀଣ ଅଞ୍ଚଳର ଏହି ରାଜ୍ୟରେ ୧୨ ଅବା ଏହାଠାରୁ ଅଧିକ ବୟସର ୮୨ ପ୍ରତିଶତ ଲୋକ ଅତିକମରେ କରୋନାର ଗୋଟିଏ ଡୋଜ ଟିକା ନେଇ ସାରିଛନ୍ତି । ଯେଉଁଠି ଆମେରିକାରେ ଏପର୍ଯ୍ୟନ୍ତ କେବଳ ୬୪ ପ୍ରତିଶତ ଲୋକ ଟିକା ନେଇଛନ୍ତି ।

Share