Categories: ଖେଳ

ଭର୍ଷ୍ଟାପେନ୍‌ଙ୍କୁ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲବର୍ଗ, ୩ା୭ (ଏପି): ଫର୍ମୁଲାଓ୍ବାନ ଚାମ୍ପିୟନ ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଅଷ୍ଟ୍ର୍ରିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ସେ କ୍ରମାଗତ ତୃତୀୟ ବିଶ୍ୱକପ୍‌ ଟାଇଟଲ ଅଭିମୁଖେ ତାଙ୍କ ଯାତ୍ରା ଜାରି ରଖିଛନ୍ତି। ଭର୍ଷ୍ଟାପେନ କଅମାଗତ ୪ର୍ଥ ଥର ପୋଲ୍‌ ପୋଜିଶନର ତାଙ୍କର ରେସ୍‌ ଆରମ୍ଭ କରିଥିଲେ। ଚଳିତ ସିଜନରେ ଇତିମଧ୍ୟରେ ୯ଟି ରେସ୍‌ ଅନୁଷ୍ଠିତ ହୋଇସାରିଥିବା ବେଳେ ଭର୍ଷ୍ଟାପେନଙ୍କର ଏହା କ୍ରମାଗତ ୫ମ ଓ ମୋଟ ଉପରେ ୭ମ ବିଜୟ। ଚାମ୍ପିୟନଶିପ୍‌ ଟେବୁଲରେ ରେଡ୍‌ବୁଲ୍‌ ଟିମ୍‌ମେଟ୍‌ ସର୍ଗିଓ ପେରେଜ ଓ ତାଙ୍କ ମଧ୍ୟରେ ପଏଣ୍ଟ ବ୍ୟବଧାନ ୮୧କୁ ବୃଦ୍ଧି ପାଇଛି। ନେଦରଲାଣ୍ଡ୍ସର ଏହି ୨୫ ବର୍ଷୀୟ ଡ୍ରାଇଭରଙ୍କ ଏହା ହେଉଛି ଓଭର ଅଲ ୪୨ତମ ଫର୍ମୁଲା ଓ୍ବାନ ବିଜୟ। ଫର୍ମୁଲାଓ୍ବାନର ସର୍ବକାଳୀନ ବିଜେତା ତାଲିକାରେ ସେ ସ୍ବର୍ଗତ ଆଇର୍ଟନ ସେନାଙ୍କଠାରୁ ଗୋଟିଏ ସ୍ଥାନ ଉପରେ ୫ମ୍‌ ସ୍ଥାନରେ ଅଛନ୍ତି। ଏଠାରେ ଗତବର୍ଷର ବିଜେତା ଚାଲର୍‌ସ ଲେକ୍‌ରେକ୍‌ ଭର୍ଷ୍ଟାପେନ୍‌ଙ୍କଠାରୁ ୫.୨ ସେକେଣ୍ଡ ପଛରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ରେଡ୍‌ବୁଲ୍‌ର ସର୍ଗିଓ ପେରେଜ ୧୭.୨ ପଛରେ ତୃତୀୟ ହୋଇଥିଲେ। ପିଟ୍‌ ଷ୍ଟପ୍‌ ବିଳମ୍ବ ଯୋଗୁ ଭର୍ଷ୍ଟାପେନ୍‌ଙ୍କ ବିଜୟ ବ୍ୟବଧାନ କମି ଯାଇଥିଲା। ସ୍ପିଲବର୍ଗର ଘରୋଇ ଟ୍ରାକ୍‌ରେ ତାଙ୍କ ଟିମ୍‌ର ଏହାଥିଲା ଆଉ ଏକ ସହଜ ବିଜୟ।

Share