Categories: ଖେଳ

ଭର୍ଷ୍ଟାପେନ୍‌ ଜିତିଲେ କାନାଡିଆନ ଗ୍ରାଁପ୍ରି

ମଣ୍ଟ୍ରିଲ, ୨୦ା୬ (ଏପି): ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ କାନାଡିଆନ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ତାଙ୍କ କ୍ୟାରିୟରର ମୋଟ ଟାଇଟଲ ସଂଖ୍ୟା ୪୧ରେ ପହଞ୍ଚତ୍ଛି। ଏହାଦ୍ୱାରା ସେ ଆଇର୍ଟନ ସେନାଙ୍କ ସମକକ୍ଷ ହୋଇପାରିଛନ୍ତି। ଚଳିତ ସିଜନରେ ଅନୁଷ୍ଠିତ ୮ଟି ରେସ୍‌ ମଧ୍ୟରେ ନେଦରଲାଣ୍ଡ୍ସର ଡ୍ରାଇଭରଙ୍କ ଏହା ହେଉଛି ୬ଷ୍ଠ ସଫଳତା। ଚାମ୍ପିୟନଶିପ୍‌ ଟେବୁଲରେ ତାଙ୍କ ଅଗ୍ରଣୀ ବ୍ୟବଧାନ ୬୯କୁ ବୃଦ୍ଧି ପାଇଛି। ରେଡ୍‌ବୁଲ୍‌ ଟିମ୍‌ ପାଇଁ ମଧ୍ୟ ସେ ୧୦୦ତମ ବିଜୟ ଆଣି ଦେଇଛନ୍ତି। ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଆଷ୍ଟନ ମାର୍ଟିନର ଫର୍ନାଣ୍ଡୋ ଆଲେଁାସୋ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସର୍ବକାଳୀନ ସର୍ବାଧିକ ବିଜୟ ରେକର୍ଡ ଲୁଇସ୍‌ ହାମିଲଟନ (୧୦୩)ଙ୍କ ନାମରେ ରହିଛି। କିନ୍ତୁ ଭର୍ଷ୍ଟାପେନ୍‌ ତାଙ୍କୁ ଅତିକ୍ରମ କରିଯିବେ ବୋଲି ୭ଇର ଚାମ୍ପିୟନ ଆଶା କରୁଛନ୍ତି। ରେସ୍‌ରେ ଯେଉଁମାନେ ଚତୁର୍ଥରୁ ଦଶମ ସ୍ଥାନ ଅଧିକାର କରିଥିଲେ ସେମାନେ ହେଲେ ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), କାର୍ଲୋସ ସେଞ୍ଜ ଜୁନିୟର (ଫେରାରି), ସର୍ଗିଓ ପେରେଜ (ରେଡ୍‌ବୁଲ୍‌), ଆଲେକ୍‌ଜାଣ୍ଡର ଆଲ୍‌ବନ(ଓ୍ବିଲିୟମ୍ସ), ଏଷ୍ଟିବାନ ଓକନ (ଅଲ୍‌ପାଇନ୍‌), ଲାନ୍ସ ଷ୍ଟ୍ରୋଲ (ଆଷ୍ଟନ ମାର୍ଟିନ), ଭାଲ୍‌ଟେରୀ ବୋଟାସ (ଆଲ୍‌ଫା ରୋମିଓ)।

Share