Categories: ଖେଳ

ଜାପାନିଜ୍‌ ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ସୁଜୁକା,୨୫ା୯(ପି.ଟି.): ରବିବାର ଜାପାନିଜ୍‌ ଗ୍ରାଁ ପ୍ରି ଟାଇଟଲ ବିଜୟୀ ହୋଇଛନ୍ତି ମାକ୍ସ ଭର୍ଷ୍ଟାପେନ୍‌। ସେ ନିଜର ଚମତ୍କାର ଫର୍ମ ଜାରି ରଖିବା ସହ କ୍ରମାଗତ ତୃତୀୟ ଡ୍ରାଇଭର୍ସ ଚାମ୍ପିୟନଶିପ୍‌ ବିଜୟୀ ହେବାକୁ ଯାଉଛନ୍ତି। ଏକ ସପ୍ତାହ ତଳେ ସିଙ୍ଗାପୁରରେ ପୋଡିୟମ ଫିନିଶରୁ ବଞ୍ଚିତ ହୋଇଥିବା ଭର୍ଷ୍ଟାପେନ୍‌ ପୁନର୍ବାର ବିଜୟଧାରାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମ୍ୟାକ୍‌ଲରେନ୍‌ର ଲାଣ୍ଡୋ ନୋରିସ୍‌ ଭର୍ଷ୍ଟାପେନଙ୍କଠାରୁ ୧୯.୪ ସେକେଣ୍ଡ ପଛରେ ରହି ଦ୍ୱିତୀୟ ସ୍ଥାନରେ ରେସ୍‌ ଶେଷ କରିଥିଲେ। ମ୍ୟାକ୍‌ଲରେନର ଓସ୍କାର ପିଆଷ୍ଟ୍ରି ତୃତୀୟ ସ୍ଥାନରେ ରହିଥିଲେ। ଚଳିତ ସିଜନରେ ଏହା ଭର୍ଷ୍ଟାପେନଙ୍କ ୧୩ ତମ ବିଜୟ। ଏହି ବିଜୟ ସହିତ ରେଡ୍‌ବୁଲ ଚଳିତ ବର୍ଷର କନଷ୍ଟ୍ରକ୍ଟର ଟାଇଟଲ୍‌ ହାସଲ କରିଛି। ଏହା ଦଳର କ୍ରମାଗତ ତଥା ଓଭର ଅଲ ଷଷ୍ଠ ଟାଇଟଲ୍‌।

Share