Posted inଖେଳ

ଭର୍ଷ୍ଟାପେନ୍‌ଙ୍କ ୧୪ତମ ବିଜୟ

ଲୋସେଲ୍‌(କାତାର), ୧୦ା୧୦: ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ପୁଣି ଫର୍ମୁଲା ଓ୍ବାନ ଚାମ୍ପିୟନ ହୋଇଛନ୍ତି। ରବିବାର ସେ କାତାର ଗ୍ରାଁପ୍ରି ଜିତିଛନ୍ତି। ୨୦୨୩ ସିଜନରେ ଏହା ହେଉଛି ତାଙ୍କର ୧୪ତମ ଗ୍ରାଁପ୍ରି ବିଜୟ। ଶନିବାର ଅନୁଷ୍ଠିତ ସ୍ପ୍ରିଣ୍ଟ ରେସ୍‌ରେ ସେ ତାଙ୍କର ତୃତୀୟ ଟାଇଟଲ ହାସଲ କରିସାରିଥିଲେ। ରେଡ୍‌ବୁଲ ଡ୍ରାଇଭର ପୋଲ୍‌ ପୋଜିଶନରୁ ରେସ୍‌ ଆରମ୍ଭ କରିଥିଲେ। ପ୍ରଥମ କର୍ନରରେ ମର୍ସିଡିଜ୍‌ର ଦୁଇ ଡ୍ରାଇଭର ଲୁଇସ୍‌ ହାମିଲଟନ ଓ ଜର୍ଜ ରସେଲଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ଭର୍ଷ୍ଟାପେନ୍‌ଙ୍କ ପାଇଁ ବିଜୟ ପଥ ସହଜ ହୋଇଯାଇଥିଲା। ମ୍ୟାକଲରେନର ଓସ୍କାର ପିଆଷ୍ଟ୍ରି ଓ ଲାଣ୍ଡୋ ନୋରିସ ଯଥାକ୍ରମେ ପଛକୁ ପଛ ଦ୍ୱିତୀୟ ଓ ତୃତୀୟ ହୋଇଥିଲେ। ଦୁଇ ସପ୍ତାହ ପୂର୍ବେ ଜାପାନିଜ ଗ୍ରାଁପ୍ରିରେ କ୍ୟାରିୟରର ପ୍ରଥମ ପୋଡିୟମ ଫିନିଶ କରିଥିବା ଅଷ୍ଟ୍ରେଲିଆର ସ୍ବଳ୍ପ ବୟସ୍କ ଡ୍ରାଇଭର ପିଆଷ୍ଟ୍ରି ଏଠାରେ ମଧ୍ୟ ଭଲ ପ୍ରଦର୍ଶନ କରାଇଥିଲେ। ଶନିବାର ସେ କାତାର ସ୍ପ୍ରିଣ୍ଟ ରେସ୍‌ରେ ବିଜୟ ଲାଭ କରିଥିଲେ, ଯେଉଁଥିରେ ଭର୍ଷ୍ଟାପେନ୍‌ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଚଳିତ ସିଜନର ଟାଇଟଲ ବିଜୟୀ ହୋଇଥିଲେ। ଚଳିତ ସିଜନରେ ଆଉ ଦୁଇଟି ରେସ୍‌ ୟୁନାଇଟେଡ୍‌ ଷ୍ଟେଟ୍ସ ଗ୍ରାଁ ପ୍ରି (ଅକ୍ଟୋବର ୨୦-୨୨) ଓ ମେକ୍ସିକାନ ଗ୍ରାଁ ପ୍ରି (ଅକ୍ଟୋବର ୨୭-୨୯) ବାକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠୁ ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆର ଆଧିପତ୍ୟ ଶେଷ କରିବାକୁ ସୁଯୋଗ

ଦୁବାଇ,୩ା୧୦(ପି.ଟି.):ୟୁଏଇରେ ଗୁରୁବାର ମହିଳା ଟି୨୦ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ବାଂଲାଦେଶ ଓ ସ୍କଟଲାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ଶାରଜା ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ବୁମ୍‌ରା ପୁଣି ୧ ନମ୍ବର

ଦୁବାଇ,୨ା୧୦: ଭାରତୀୟ ପେସ୍‌ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ସଦ୍ୟ ପ୍ରକାଶିତ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କାନପୁରରେ ବାଂଲାଦେଶ ବିପକ୍ଷରେ ୬...

ପାକିସ୍ତାନ କ୍ରିକେଟ୍‌ରେ ହଲଚଲ: ପୁଣି ଅଧିନାୟକ ପଦରୁ ଇସ୍ତଫା ଦେଲେ ବାବର ଆଜମ

ନୂଆଦିଲ୍ଲୀ,୨।୧୦: ପାକିସ୍ତାନ କ୍ରିକେଟ ଦଳର ତାରକା ବ୍ୟାଟ୍ସମ୍ୟାନ ବାବର ଆଜମ ଦ୍ୱିତୀୟଥର ପାଇଁ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ବାବର ପାକିସ୍ତାନର ଦିନିକିଆ ଏବଂ ଟି-୨୦ର...

ମାତ୍ର ୧୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଲେ ଭାରତର ଏହି ବିସ୍ମୟ ବାଳକ

ଚେନ୍ନାଇ, ୧ା୧୦: ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକ ଯୁବ ତାରକାଙ୍କୁ ଅନୁପ୍ରାଣିତ କରିଛି। ମାତ୍ର ୧୩ ବର୍ଷ ବୟସରେ,...

ଡବ୍ଲୁଟିସି ଫାଇନାଲ୍‌ ପାଇଁ ଭାରତକୁ ଟକ୍କର ଦେବେ ଏହି ୨ ଟିମ୍‌: ବଦଳିଲା ସମୀକରଣ

କାନୁପର,୧।୧୦: କାନପୁର ଟେଷ୍ଟରେ ବାଂଲାଦେଶ ଉପରେ ଭାରତ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ରେସ୍‌ରେ ସମୀକରଣ ବଦଳିଥିବା ଜଣାପଡିଛି। ଦୁଇ ଟେଷ୍ଟ...

ଭାରତର ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର ରୋହିତ ପାତ୍ର

କୋରାପୁଟ,୧।୧୦(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଅକ୍ଟୋବର ୦୪ରୁ ୧୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର...

ଭାରତର କ୍ଲିନ୍‌ସୁଇପ୍‌ ପରେ ଡବ୍ଲୁଟିସି ପଏଣ୍ଟ ଟେବୁଲ୍‌ରେ ବଡ଼ ଓଲଟପାଲଟ

କାନପୁର,୧।୧୦: କାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୦ରେ ହାତେଇଛି। ଏହାପୂର୍ବରୁ ଟିମ ଇଣ୍ଡିଆ ଚେନ୍ନାଇରେ ୨୮୦...

ବାଂଲାଦେଶକୁ ଧୂଳିଚଟେଇଲା ଭାରତ: ୨-୦ରେ ସିରିଜ୍‌ ଜିତିଲା

କାନପୁର,୧।୧୦:କାନପୁର ଟେଷ୍ଟରେ ଭାରତ ବାଂଲାଦେଶକୁ ୭ ଉଇକେଟରେ ପରାସ୍ତ କରି ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୦ରେ ଜିତିଛି। ଟିମ ଇଣ୍ଡିଆର ୯୫ ରନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri