ସ୍କୁଲ ଉପରେ ଖସି ପଡ଼ିଲା ଫାଇଟର ଜେଟ୍‌

ତେହରାନ,୨୧।୨: ଉତ୍ତରପୂର୍ବାଞ୍ଚଳ ସହର ଜାବ୍ରିଜର ସ୍କୁଲ ଉପରେ ସୋମବାର ଇରାନର ଏକ ଏଫ୍‌-୫ ଫାଇଟର ଜେଟ୍‌ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବିମାନର ୨ କ୍ରୁ ମେମ୍ବର ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି।

“ଭାଗ୍ୟବଶତଃ କୋଭିଡ୍‌-୧୯ ମହାମାରୀ କାରଣରୁ ସ୍କୁଲ ବନ୍ଦ ଥିଲା” ବୋଲି ସ୍ଥାନୀୟ ଅଧିକାରୀ ମହମ୍ମଦ ବାଘର ହୋନାରଭର କହିଛନ୍ତି।

ଦୁର୍ଘଟଣାଗ୍ରସ୍ତ ବିମାନ ଟ୍ରେନିଂ ମିଶନରେ ଥିଲା। ସକାଳ ପ୍ରାୟ ୯ଟା ବେଳେ ସହରର କେନ୍ଦ୍ରୀୟ ଜିଲା ମୋନାଜେମରେ ଖସି ପଡ଼ିଥିଲା। ସ୍କୁଲ କମ୍ପାଉଣ୍ଡରେ ଥିବା କାନ୍ଥରେ ମାଡ଼ ହୋଇଥିଲା। ଦୁର୍ଘଟଣାସ୍ଥଳରେ ବଡ଼ ଧରଣ ବିସ୍ଫୋରଣ ପରେ ଅଗ୍ନିଶମ କର୍ମୀ ନିଆଁ ଲାଭା କାର୍ଯ୍ୟରେ ମୁତୟନ ହୋଇଥିଲେ।

Share