ଦୁନିଆରେ ଅନେକ ବିପଜ୍ଜନକ ରୀତିନୀତି ଏବଂ ପରମ୍ପରା ରହିଛି। ସେଗୁଡ଼ିକ ବିଷୟରେ ଜାଣିଲେ ଲୋମ ଟାଙ୍କୁରି ଉଠିବ। ଅନେକ ଦେଶର ସରକାର ଏହିପରି ଅନେକ ରୀତିନୀତି ଏବଂ ପରମ୍ପରାକୁ ନିଷିଦ୍ଧ କରିଛନ୍ତି। ତଥାପି ଏମିତି କିଛି ଦେଶ ଅଛି, ଯେଉଁଠାରେ ଅଜବ ପରମ୍ପରା ପାଳନ କରାଯାଉଛି। ଆଜି ଏମିତି ଏକ ଦେଶର ପରମ୍ପରା ବିଷୟରେ କହିବୁ, ଯାହା ଜାଣି ଆଶ୍ଚର୍ଯ୍ୟ ହେବେ।
ସାଧାରଣତଃ ପରିବାରର କେହି ମରିଗଲେ ଅନ୍ୟମାନେ କାନ୍ଦିବା ସହ ମୃତଦେହ ପାଖରେ ଠିଆ ହୋଇଥାନ୍ତି। ମାତ୍ର ଏମିତି ଏକ ଦେଶ ଅଛି, ଯେଉଁଠି ପରିବାରର କୌଣସି ଲୋକଙ୍କର ମୃତ୍ୟୁ ଘଟିଲେ ଘରର ମହିଳାଙ୍କ ଆଙ୍ଗୁଠି କାଟି ଦିଆଯାଏ। ଏପରି ଅଜବ ତଥା ବିପଜ୍ଜନକ ପରମ୍ପରା ଇଣ୍ଡୋନେସିଆରେ ଦେଖିବାକୁ ମିଳେ।
ଏକ ରିପୋର୍ଟ ଅନୁଯାୟୀ, ଦାନି ଜନଜାତିର ମହିଳାମାନଙ୍କୁ ପରିବାର ସଦସ୍ୟଙ୍କ ମୃତ୍ୟୁ ଯନ୍ତ୍ରଣା ବ୍ୟତୀତ ଶାରୀରିକ ଯନ୍ତ୍ରଣା ଭୋଗିବାକୁ ପଡ଼ିଥାଏ। ଏହି ଜନଜାତିର ମହିଳାମାନେ ରୀତିନୀତି ପାଇଁ ଆଙ୍ଗୁଠିର ଉପର ଅର୍ଦ୍ଧକୁ କାଟି ଦିଆଯାଏ।
ବିଶ୍ୱାସ କରାଯାଏ, ଜଣେ ମହିଳାଙ୍କ ଆଙ୍ଗୁଠି କାଟି ଦେଲେ ମରିଥିବା ବ୍ୟକ୍ତିଙ୍କ ଆତ୍ମା ଶାନ୍ତି ମିଳିଥାଏ। ଏହି ଜନଜାତିର ଜନସଂଖ୍ୟା ୨.୫ ଲକ୍ଷ। ଏମାନେ ପଶ୍ଚିମ ନ୍ୟୁ ଗିନିର ଉଚ୍ଚଭୂମିରେ ବାସ କରନ୍ତି। ଏହି ଜନଜାତିର ଲୋକମାନେ ମୃତକମାନଙ୍କ ମୃତଦେହକୁ ସାଇତି ରଖିଥାନ୍ତି।