ସୀମାପାର ଆତଙ୍କବାଦର ଅଭ୍ୟାସ କରୁଥିବା ପଡୋଶୀଙ୍କ ସହ ସମ୍ପର୍କ ରଖିବା କଷ୍ଟକର, ପାକିସ୍ତାନକୁ ଟାର୍ଗେଟ କଲେ ଜୟଶଙ୍କର

ପନାମା ସିଟି,୨୫।୪: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଦକ୍ଷିଣ ଆମେରିକା ଗସ୍ତରେ ଅଛନ୍ତି। ଜୟଶଙ୍କର ସୋମବାର(ସ୍ଥାନୀୟ ସମୟ) ପରୋକ୍ଷ ଭାବେ ପାକିସ୍ତାନକୁ କଟାକ୍ଷ କରିଛନ୍ତି ଓ କହିଛନ୍ତି ଏମିତି ଏକ ପଡୋଶୀ ଦେଶ ସହ ଯୋଡି ହେବା କଷ୍ଟକର ବ୍ୟାପାର, ଯିଏ ଭାରତ ବିରୋଧରେ ସୀମାପାର ଆତଙ୍କବାଦକୁ ବଢାଇ ଚାଲିଛି।
ବୈଦେଶିକ ମନ୍ତ୍ରୀ ପନାମା ସିଟିରେ ପନାମାର ବୈଦେଶିକ ମନ୍ତ୍ରୀ ଜନୌନା ତଓ୍ବୋନେ ମେଂକୋମିଙ୍କ ସହ ଏକ ମିଳିତ ପ୍ରେସ କନଫରେନ୍ସକୁ ସମ୍ବୋଧିତ କରି ଏହି ଟିପ୍ପଣି ଦେଇଛନ୍ତି। ପ୍ରେସ ବ୍ରିଫିଙ୍ଗ ପରେ ସ୍ବାସ୍ଥ୍ୟ ଓ ବ୍ୟାପାର ସମ୍ବନ୍ଧିତ କିଛି ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି।

Share