ଭାରତକୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କାର ପ୍ରସିଦ୍ଧ କ୍ରିକେଟର୍‌

କଲମ୍ବୋ,୧୧।୭: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କା ଅବସ୍ଥା ବିଗିଡି ଯାଇଛି। ଦେଶର ଲୋକମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦେଶର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ତାଙ୍କ ପରିବାର ସହିତ କୁଆଡେ ପଳାଇଛନ୍ତି। ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଛନ୍ତି। ଏହି ବିକ୍ଷୋଭକାରୀଙ୍କ ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଅଛନ୍ତି। ଜୟସୁରିୟା କହିଛନ୍ତି, ସମସ୍ତେ ଶାନ୍ତିପୂର୍ଣ୍ଣ ବିରୋଧ ଚାହୁଁଛନ୍ତି ଏବଂ ଆମେ ତାହା କରୁଛୁ। ରାଷ୍ଟ୍ରପତିଙ୍କ ଇସ୍ତଫା ପାଇଁ ମୁଁ ପ୍ରଥମ ଦିନରୁ ବିକ୍ଷୋଧକାରୀଙ୍କ ସହ ଥିଲି। ଥରେ ଏକ ସ୍ଥାୟୀ ସରକାର ଗଠନ ହେବା ପରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି, ଭାରତ ଏବଂ ଅନ୍ୟ ସହଯୋଗୀ ଦେଶ ଶ୍ରୀଲଙ୍କାକୁ ସାହାଯ୍ୟ କରିବେ। ଏହି ସଙ୍କଟ ଆରମ୍ଭରୁ ଭାରତ ବହୁତ ସାହାଯ୍ୟ କରିଆସୁଛି। ଏଥିପାଇଁ ଆମେ କୃତଜ୍ଞ। ଶ୍ରୀଲଙ୍କା ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ସୂଚନାଯୋଗ୍ୟ, ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ମାର୍ଚ୍ଚରୁ ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଦାବି କରିଆସୁଥିଲେ ବିରୋଧୀ। ମାସ ମାସ ଧରି ଆନ୍ଦୋଳନ ପରେ ବି ସେ ଗାଦି ନ ଛାଡ଼ିବାରୁ ସ୍ଥିତିକୁ ନିଜ ହାତକୁ ନେଇଯାଇଥିଲେ ଲୋକେ। ଫଳରେ ବାଧ୍ୟ ହୋଇ ଶ୍ରୀଲଙ୍କା ରାଷ୍ଟ୍ରପତି ତାଙ୍କ ସରକାରୀ ବାସଭବନ ଛାଡ଼ି ପଳାଇଥିଲେ।

Share