ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ ଟଙ୍କା ବ୍ୟୟ ବରାଦରେ ହୋଇଥିବା ଏହି କାର୍ଯ୍ୟାଦେଶ ପାଇଁ ଫେବୃଆରୀରେ ଏଗ୍ରିମେଣ୍ଟ ହୋଇଥିବା ଜଣାପଡିଛି। ପ୍ରକାଶ ଥାଉକି, ରାଜକନିକା ଗଞ୍ଜାଠାରୁ ଓଳାଭର ୪.୫ କି.ମି. ରାସ୍ତାଟି ଖାଲଖମା ଯୋଗୁ ଖରାପ ହୋଇଯାଇଥିଲା।

ବାରମ୍ବାର ବିଭିନ୍ନ ଗଣମାଧ୍ୟମ ବିଶେଷ କରି ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ଏହି ରାସ୍ତାର କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦରଲହରୀ ଖେଳିଯାଇଛି। ତେବେ ଅଧୀକ୍ଷଣ ଯନ୍ତ୍ରୀ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅଞ୍ଚଳର ଆଦିକନ୍ଦ ଦାସ, ଇଂ. ପଞ୍ଚାନନ ଦାସ, ମନୋଜ ପରିଡା, ନଳିନୀକାନ୍ତ ପୃଷ୍ଟି, ଦୋଳଗୋବିନ୍ଦ ପାତ୍ର ପ୍ରମୁଖ ସାଧୁବାଦ ଜଣାଇଛନ୍ତି।